Onn 3

ମହିଧରପଡା ଆଞ୍ଚଳିକ ପୂଜା କମିଟିର ସମୀକ୍ଷା ବୈଠକ

State

କଟକ :  କଟକ ସଦର ଥାନା ଅନ୍ତର୍ଗତ ମହିଧରପଡା ଆଞ୍ଚଳିକ ଦୂର୍ଗାପୂଜା କମିଟି ପକ୍ଷରୁ ଆଜି ଏକ ସମୀକ୍ଷା ବୈଠକ ମହିଧରପଡା ଠାରେ ଅନୁଷ୍ଠିତ ହୋଇଥିଲା । ସମୀକ୍ଷା ବୈଠକରେ ଆଞ୍ଚଳିକ ଦୂର୍ଗାପୂଜା କମିଟିର ସଭାପତି ଲିଙ୍ଗରାଜ ମହାନ୍ତି , ସମ୍ପାଦକ ପ୍ରଣବ କୁମାର ପଟ୍ଟନାୟକ ଓ କୋଷାଧକ୍ଷ ବିଜୟ କେଶରୀ ମହାପାତ୍ର ଉପସ୍ଥିତ ରହି ଚଳିତ ବର୍ଷ ଦୂର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଆଲୋଚନା କରିଥିଲେ ।

ଚଳିତ ବର୍ଷର ବ୍ୟୟ ଅଟକଳ କରାଯିବା ସହିତ ପୂଜା କମିଟିର ସଭ୍ୟ ମାନଙ୍କୁ ଭିନ୍ନ ଭିନ୍ନ ଦାୟିତ୍ଵ ଦିଆଯାଇଥିଲା । ଆସନ୍ତା କାଲି କଟକ ସଦର ଥାନା ପକ୍ଷରୁ ଦୂର୍ଗାପୂଜା ସଂକ୍ରାନ୍ତ ଏକ ପ୍ରସ୍ତୁତି ବୈଠକ , ପ୍ରତାପନଗରୀ ସ୍ଥିତ ମା ଧାକୁଲେଇଙ୍କ ପୀଠରେ ଅନୁଷ୍ଠିତ ହେବ । ଏଥିରେ କଟକ ଡିସିପି ପିନାକ ମିଶ୍ର, ଅତିରିକ୍ତ ଡିସିପି ଅନିଲ ମିଶ୍ର , ଯୋନ-୪ ଏସିପି ଚନ୍ଦନ ଘଡେଇ, ସଦର ଥାନା ଆଇ ଆଇ ସି ରଶ୍ମିରଞ୍ଜନ ମହାପାତ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରସ୍ତୁତି ବୈଠକରେ କଟକ ସଦର ଥାନା ,୪୨ ମୌଜା ଥାନର ସମସ୍ତ ପୂଜା କମିଟିର ସଭାପତି ସଂପାଦକ ମାନଙ୍କୁ ଯୋଗ ଦେବା ପାଇଁ ଡ଼କାଯାଇଛି । ସେହିପରି ମହିଧରପଡା ଆଞ୍ଚଳିକ ଦୂର୍ଗାପୂଜା କମିଟିର ସଭାପତି ଲିଙ୍ଗରାଜ ମହାନ୍ତି ଙ୍କୁ ଯୋଗ ଦେବା ପାଇଁ ସଦର ଥାନା ଆଇଆଇସି ଅନୁରୋଧ କରିଛନ୍ତି ।

ରିପୋର୍ଟ : ଶଙ୍କର ପାତ୍ର