Onn 3

ଦୁଇ ଗୋଷ୍ଠୀ ମୁହାଁମୁହିଁ: ଭୁଜାଲି ଆକ୍ରମଣରେ ୩ ଗୁରୁତର

Crime State

 

re

ଭଦ୍ରକ : ଭଦ୍ରକ ସହର ସ୍ଥିତ ଡାଲଚିନି ହୋଟେଲ ନିକଟରେ ନିଶାଡି ଏବଂ ହୋଟେଲ ମାଲିକ ଧସ୍ତାଧସ୍ତି  । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି  । ଏତିକି ବେଳେ  କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମାନେ ଅଟକାଉଥିବାବେଳେ   ଉଭୟଙ୍କ ମଧ୍ୟରେ ଭୁଜାଲି ଭୁଷା ଭୁସି ହୋଇଛନ୍ତି  । ଫଳରେ ଏଥିରେ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି  ।  ଗୁରୁତରଙ୍କୁ  ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଦୁଇ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ମେଡିକାଲ ପରିସରରେ ପୋଲିସଙ୍କ ଉପସ୍ଥିତିରେ ମଧ୍ୟ ଉଭୟ ଙ୍କ ମଧ୍ୟରେ ପେଲା ଠେଲା ସହ ପିଟା ପିଟି ହୋଇଥଲା । ଆକ୍ରମଣକାରୀ ମାନେ ଟାଉନ ଡିଏସପି ଓ ଟାଉନ ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ  । ପରେ ଘଟଣା ସ୍ଥଳରେ  ଥାନା ଅଧିକାରୀଙ୍କ ସମେତ ପୋଲିସ ଫୋର୍ସ ପହଞ୍ଚି ଉତ୍ତେଜନାକାରୀଙ୍କୁ ଘଉଡାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।  ମେଡିକାଲ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇ ପରିସ୍ଥିତି ଉପରେ ନଜର ରଖିଛନ୍ତି ।