Onn 3

ଉତ୍ତମ ମାତୃ ପୋଷଣ, ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବାରିପଦାରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ବୈଠକ

State

ବାରିପଦା: ରାଜ୍ୟରେ ମାତୃ ପୋଷଣ, ଶିଶୁ ସ୍ୱାସ୍ଥ୍ୟ ଏବଂ ସେମାନଙ୍କର ଶାରୀରିକ, ମାନସିକ ଉନ୍ନତି ଉଦ୍ଦେଶ୍ୟରେ ଆଜି ତା ୧୦.୧୦.୨୦୨୩ ରିଖ ବାରିପଦା ସ୍ଥିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଏକଜୁଟ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ପ୍ରକଳ୍ପ ଭାଗିଦାରୀ ବୈଠକ ଆୟୋଜିତ ହୋଇ ଯାଇଛି। ଏହି ବୈଠକରେ, “ଏକଜୁଟ୍”, ଯାହାକି 2004 ରୁ ଓଡିଶା ଏବଂ ଅନ୍ୟାନ୍ୟ ରାଜ୍ୟରେ ମାତୃ, ଶିଶୁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ କାର୍ଯ୍ୟ କରୁଛି, ଏହା ଆଲୋଚନା କରିଥିଲେଯେ ଏହି ଅଭିନବ ତଥା ପ୍ରମାଣ-ଆଧାରିତ ଗୋଷ୍ଠୀର ଦକ୍ଷତା ବୃଦ୍ଧି ପଦ୍ଧତି ମାଧ୍ୟମରେ ଓଡ଼ିଶା ସରକାର (ଶକ୍ତି ବାର୍ତ୍ତା) ଦ୍ୱାରା ବ୍ୟାପକ ହୋଇଛି।

ଏହି ପରିପ୍ରେକ୍ଷୀରେ, ଏକଜୁଟର ରାଜ୍ୟ ପରିଚାଳକ ଶ୍ରୀ ଶିବାନନ୍ଦ ରଥ ପ୍ରକଳ୍ପର କାର୍ଯ୍ୟ ବିବରଣୀ ବିଷୟରେ କହିଥିଲେ ଯେ ଏକଜୁଟ୍ ସେପ୍ଟେମ୍ବର 2022 ରୁ ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକରେ ‘ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ପୋଷଣରେ ପୁଷ୍ଟିକର ଉନ୍ନତି ପାଇଁ ଏକ ପ୍ରୋଜେକ୍ଟରେ ଶୁକୃଳି ବ୍ଲକର ମହିଳା ଏବଂ ଶିଶୁ ବିକାଶ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କ କାର୍ଯ୍ୟ ପ୍ରଣାଳୀରେ ସହାୟତା କରିବା ସହ ବିଭିନ୍ନ ଗୋଷ୍ଠୀ ର ଲୋକ ଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କାର୍ଯ୍ୟ କରୁଛି।

ସୂଚନା ଥାଉକି, ଏହି ଜିଲ୍ଲା ସ୍ତରୀୟ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ରୁପଭାନୁ ମିଶ୍ର , ଏନ ଆର ଏଚ ଏମ ର ଡି ପି ଏମ ପ୍ରଭୁ ପ୍ରତ୍ୟୁଷ ପତି, ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିଆକରି ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟାନ୍ୟ ଅଧିକାରୀ ଓ ଏକଜୁଟ ର ସଦସ୍ୟ ମାନେ ଉପସ୍ଥିତ ରହି ଜିଲ୍ଲାର ମହିଳା ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଏବଂ ଅପପୁଷ୍ଟି ରୋକିବା ରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ସୁଚିନ୍ତିତ ପରାମର୍ଶ ଦେଇଥିଲେ।

ଏହି ବୈଠକର ମୁଖ୍ୟ ଉଦ୍ଧେଶ୍ୟ ଥିଲାଯେ ରାଜ୍ୟର ଅଗ୍ରଗତିରେ ମହିଳା, ଶିଶୁମାନଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କର ପୁଷ୍ଟିକର ପୋଷଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏକ ମାର୍ଗ ପ୍ରସ୍ତୁତ କରିବା, ଏବଂ ଗର୍ଭବତୀ ମହିଳାମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ, ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ମୂଳୋତ୍ପାଟନ କରିବା।

ଶ୍ରୀଯୁକ୍ତ ରଥ ଏକଜୁଟ୍ ର ବିଭିନ୍ନ ପଦକ୍ଷେପ, ଭାରତର ବିଭିନ୍ନ ସ୍ଥାନରେ ଏହାର ସଫଳତା ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ପୋଷଣ ପାଇଁ ଅବଦାନ ବିଷୟରେ ଆଲୋକପାତ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ପ୍ରୋଗ୍ରାମ ମ୍ୟାନେଜର ଆଦିତ୍ୟ କୁମାର ଜେନା କାର୍ଯ୍ୟକ୍ରମର ବିସ୍ତୃତ କାର୍ଯ୍ୟକଳାପ ଏବଂ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟର ଅଗ୍ରଗତି ଓ ଉପଲବ୍ଧି ବିଷୟରେ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ଅବଗତ କରାଇ ଥିଲେ।