Onn 3

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୫ ଟି ପୌରାଞ୍ଚଳ ରେ’ ଡ୍ରିଙ୍କ ଫ୍ରମ ଟେପ୍’ ଲୋକାର୍ପିତ ଏବଂ ୧୩ ଟି ପୌରାଞ୍ଚଳରେ ଶୁଭାରମ୍ଭ

State

ବାରିପଦା: ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟେପ’ ପାନୀୟ ଜଳଯୋଗାଣ ଯୋଜନା ସାରା ଭାରତରେ ଏକ ରୋଲ୍ ମଡେଲ ଦେଖାଇଛି । ଭାରତରେପ୍ରଥମ ରାଜ୍ୟ ଭାବେ ଏଠାରେ ୩ ବର୍ଷ ହେଲା ଆରମ୍ଭ ହୋଇଛି ।ଜଳ ହିଁ ଜୀବନ ।ଶରୀର ୭୦ ଭାଗ ଜଳ ଦ୍ଵାରା ଆବଦ୍ଧ । ବିଶୁଦ୍ଧ ଜଳ ଶରୀରକୁ ସୁସ୍ଥ ରଖୁଥିବାବେଳେ ଦୂଷିତ ଜଳ ଶରୀରକୁ ଅସୁସ୍ଥ ରଖେ । ତେଣୁ ମଣିଷ ଜୀବନ ଦୁର୍ଲଭ । ଏହାକୁ ସୁସ୍ଥ ରଖିବାକୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ।ମଣିଷ ଜଳ ପାଇଁ ହନ୍ତସନ୍ତ ହେବେ ନାହିଁ କି ଦୂଷିତ ଜଳ ପିଇ ଦୁରାରୋଗ୍ୟ ପୀଡ଼ିତ ହୋଇ ଛଟପଟ ମରିବେ ନାହିଁ । ମଣିଷର ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିବା ଦୃଷ୍ଟିରେ ୨୪ ଘଣ୍ଟିଆ ସିଧାସଳଖ ପାଣି ଟେପରୁ ବିଶୁଦ୍ଧ ପାଣି ଉପଲବ୍ଧ ପାଇଁ ‘ ଡ୍ରିଙ୍କ ଫ୍ରମ ଟେପ’ ଜଳଯୋଗାଣ ଯୋଜନା କରିଛନ୍ତି ।ଆଜି ଲୋକସେବା ସଦନ ଭବନରେ ସମସ୍ତ ବରିଷ୍ଠ ପ୍ରଶାସନିକ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପଛୁଆ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୫ ଟି ପୌରାଞ୍ଚଳ ରାଇରଙ୍ଗପୁର,ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର,ନିମାପଡ଼ା ସହର ପାଇଁ ୨୪ ଘଣ୍ଟିଆ ‘ ଡ୍ରିଙ୍କ ଫ୍ରମ ଟେପ’ ଯୋଜନାର ଲୋକାର୍ପିତ କରିବା ସହ ଅନ୍ୟ ୧୩ ଟି ସହରର ପାଇଁ ଶୁଭାରମ୍ଭ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ସହରର ୧୫ ଟି ଓ୍ବାର୍ଡର ବସବାସ କରୁଥିବା ୫,୫୯୬ ପରିବାରର ୩୩,୭୬୭ ଲୋକ ଉପକୃତ ହେବା ସହ ସହରକୁ ଆସୁଥିବା ଲୋକେ ମଧ୍ୟ ଉପକୃତ ହେବ ।ମିନେରାଲ ଓ୍ବାଟର ଭଳି ସିଧାସଳଖ ଟେପରୁ ବିଶୁଦ୍ଧ ପାଣି ଉପଲବ୍ଧ ହେବ । ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ହୋଇଥିବା ‘ଡ୍ରିଙ୍କ ଫ୍ରମ ଟେପ’ ଜଳଯୋଗାଣ ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ରାଜ୍ଯସଭା ସାଂସଦ ମମତା ମହାନ୍ତ,ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି,ଉପଜିଲ୍ଲାପାଳ ସରୋଜ ଦାସ,ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଉପାଧ୍ୟକ୍ଷଙ୍କ ମମିତା ଚୌଧୁରୀ, ସମସ୍ତ କାଉନସିଲ ଵୃନ୍ଦ,ପୌରାଧିକାରୀ ଧର୍ମେନ୍ଦ୍ର ଶତପଥୀ, ଗଣମାଧ୍ୟମ ପ୍ରତିନିଧି,ସହରର ମାନ୍ୟଗଣ୍ୟ ବ୍ୟକ୍ତି,ଜଳସାଥୀ,ଓ୍ବାଟକୋ କର୍ମଚାରୀ, ପିଏଚଇଡି ଜେନେରାଲ ମେନେଜର ପୂର୍ଣଚନ୍ଦ୍ର ମଲ୍ଲିକ, ସହକାରୀ ମେନେଜର ବଲ୍ଲଭ ରଂଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।ଜଳସାଥୀ ଇନ୍ଦୁମତୀ ମହାନ୍ତ ନିଜର ୩ ବର୍ଷର ଅଭିଜ୍ଞତା ଉପରେ ବଖାଣି ଥିଲେ ।

ଏହି ଯୋଜନାରେ ଜଳସାଥି ମା’ ମାନଙ୍କର ଭୂମିକା ଅବର୍ଣ୍ଣନୀୟ । ସେମାନଙ୍କ ତ୍ୟାଗ,ନିଷ୍ଠା,କର୍ତ୍ତବ୍ୟନିଷ୍ଠତା ଓ ସେବା ମନୋଭାବ ଯୋଗୁଁ ଏହି ଯୋଜନା ସାରା ଭାରତରେ ଏକ ଶ୍ରେଷ୍ଠ ସଫଳ ଐତିହାସିକ ଯୋଜନା ହେବାକୁ ଯାଉଛି । ୫ ଟି ପୌରାଞ୍ଚଳରେ ୩୦ ହଜାରରୁ ପରିବାରର ୧,୮୦,୦୦୦ ଲୋକ ବିଶୁଦ୍ଧ ଟେପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇ ପାରିବେ ।ସେହିଭଳି ଆଗାମୀ ଦିନରେ ଅନ୍ୟ ୧୩ ଟି ସହରର ୧୦.୫ ଲକ୍ଷ ଲୋକ ପିଇବା ପାଣି ପାଇ ପାରିବେ ।ଏହି ଯୋଜନାକୁ ଆଦିବାସୀମାନଙ୍କୁ ଭଲ ପାଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ, ଆଦିବାସୀ ଜିଲ୍ଲାରେ ପ୍ରଥମ କରି କାର୍ଯ୍ୟକାରୀ କରିଥିଲେ । ରାଇରଙ୍ଗପୁରବାସୀ ସିଧା ସଳଖ ଟେପରୁ ବିଶୁଦ୍ଧ ପିଇବା ପାଣି ପାଇପାରିବେ ଯାହାକୁ ନେଇ ସହରବାସୀ ବହୁତ ଖୁସି ହେଵା ସହ ଏହି ଯୋଜନାର ଶ୍ରେୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।