Download

ଆଗରପଡ଼ାରୁ ୨ଜଣ ବିଧାନସଭା ପ୍ରାର୍ଥୀ

Politics State

ଆଗରପଡ଼ା,:ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ଆଗରପଡ଼ା ଅଂଚଳରୁ ୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାର ଜଣାପଡ଼ିଛି । ସ୍ଥାନୀୟ ବିଟିପୁର ପଂଚାୟତ ରାଉତରାପୁର ଗ୍ରାମର ବିଜୟ ମଲ୍ଲିକ ଓଜେପିରୁ ପ୍ରାର୍ଥୀ ହୋଇ ବଂଶୀ ଚିହ୍ନରେ ନିର୍ବାଚନ ଲଢୁଛନ୍ତି । ସେ କଲେଜ ଅଧ୍ୟାପକ ଚାକିରୀ ଛାଡ଼ି ପ୍ରାର୍ଥୀ ହୋଇଛନ୍ତି । ଏହି ଯୁବ ଅଧ୍ୟାପକ ପ୍ରାର୍ଥୀଙ୍କ ପାଇଁ ତାଙ୍କ ବାପା ଭାସ୍କର ମଧ୍ୟ ପୁଅର ନିର୍ବାଚନୀ ଚିହ୍ନ ଥିବା ପୁସିଂ କାର୍ଡ଼ ଲୋକଙ୍କୁ ଦେଇ ପୁଅକୁ ଆଶୀର୍ବାଦ କରିବା ପାଇଁ ଅନୁରୋଧ କରୁଥିବାର ଦେଖିବାକୁ ମିଳୁଛି ।

ସେହିପରି ଏନଏପିରୁ ପ୍ରାର୍ଥୀ ହୋଇଛନ୍ତି ନରହରି ସାହୁ । ତାଙ୍କ ଘର ପୁରୁଷଣ୍ଢ ପଂଚାୟତର ଭବାନୀଗଂଜ ଗ୍ରାମରେ । ସେ ସେଓ ଚିହ୍ନରେ ନିର୍ବାଚନ ଲଢୁଛନ୍ତି । ସେ ସ୍ୱାସ୍ଥ୍ୟ ବିଭାଗ ଚାକିରୀରୁ ଅବସର ନେଇଛନ୍ତି । ଏହି ପ୍ରାର୍ଥୀ ଦ୍ୱୟଙ୍କୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ;ଏହି ଆଗରପଡ଼ା ମାଟିର ସୁଯୋଗ୍ୟ ସନ୍ତାନ ଉତ୍କଳକେଶରୀ ଡ଼ଃ ହରେକୃଷ୍ଣ ମହତାବ ଓଡ଼ିଶାର ୨ଥର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ଡ଼ଃ ମହତାବଙ୍କ ସୁପୁତ୍ର ଭର୍ତ୍ତୃହରି ମହତାବ ମଧ୍ୟ ୫ଥର କଟକ ଆସନରୁ ଜିତି ସାଂସଦ ହୋଇପାରିଛନ୍ତି । ଏଥର ମଧ୍ୟ ସେ କଟକରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ।