Onn 3

୪୭୫ ଜଣ ନୂତନ ହିତାଧିକାରୀଙ୍କୁ ବିଧାୟକ ବାଂଟିଲେ ଭତ୍ତା

State

ନିଶ୍ଚିନ୍ତକୋଇଲି : ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକର ୨୭ଟି ଗ୍ରାମପଂଚାୟତର ୪୭୫ ଜଣ ନୂତନ ହିତାଧିକାରୀଙ୍କୁ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଭତା ବଂଟନ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ସୁକରପଡା ପୂର୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ଭତା ବଂଟନ ଉତ୍ସବରେ ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥିରୂପେ ବିଧାୟକ ଶ୍ରୀ ଜେନା ଯୋଗଦାନ କରି ୪୭୫ ଜଣ ବ୍ୟକ୍ତିଙ୍କୁ ବିଧବା,ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତା ବଂଟନ କରିଥିଲେ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିିରିଶ ରଞ୍ଜନ ମହାପାତ୍ର,ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଅତିଥି ରୂପେ ଯୋଗଦାନ କରି ଏହି ନୂତନ ଭତା ବଂଟନ କରିଥିଲେ । ଆଗାମୀ ଦିନରେ ଆହୁରୀ ୨ହଜାରରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଭତା ନୂତନ ଭତା ବଂଟନ କରାଯିବ ବୋଲି ବିଧାୟକ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବହୁ ସରପଂଚ ,ସମିତି ସଭ୍ୟ ଓ ଜିଲାପରିଷଦ ସଭ୍ୟ ଉପସ୍ଥିତ ଥିଲେ ।