Onn 3

ପର୍ଯ୍ୟଟକ ଓ ପରିଦର୍ଶକଙ୍କ ଭ୍ରମଣ ନିମନ୍ତେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ

State

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ର କ୍ଷେତ୍ର ନିର୍ଦ୍ଦେଶକ ତଥା ଆର.ସି.ସି.ଏଫ. ବାରିପଦା ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନି ତା’ଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ସଂଖ୍ୟା 72 ତା 13-06-2023 ରିଖ ଜରିଆରେ ଜନସାଧାରଣ ଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରିଛନ୍ତି କି, ବ୍ୟାଘ୍ର ସଂରକ୍ଷଣ ର ନିୟମିତ ପରିଚାଳନା ପ୍ରଥାନୁଯାୟୀ ପର୍ଯ୍ୟଟକ ଏବଂ ପରିଦର୍ଶକ ମାନଙ୍କ ଭ୍ରମଣ ନିମନ୍ତେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଚଳିତ ବର୍ଷ ତା 16-06-2023 ରିଖ ଠାରୁ ତା 15-09-2023 ରିଖ ପର୍ଯ୍ୟନ୍ତ ବନ୍ଦ ରହିବ |

ଏହାର ପୁନଃ ଖୋଲା ହେବା ସଠିକ ତାରିଖ ବିଷୟ ରେ ଜନସାଧାରଣ ଙ୍କୁ ଉଚିତ ସମୟରେ ବିଜ୍ଞପ୍ତି ଜରିଆରେ ସୂଚନା ପ୍ରଦାନ କରାଯିବ ଏବଂ ଦୈନିକ ସମ୍ବାଦପତ୍ର ମାଧ୍ୟମ ରେ ଜଣାଇ ଦିଆଯିବ | ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଏହି ବନ୍ଦ ଅବଧି ସମୟରେ ଜାମୁଆଣୀ, ଗୁଡଗୁଡ଼ିଆ, କୁମାରୀ ଏବଂ ରାମତୀର୍ଥ ଇକୋ ଟୁରିଜିମ କଂପ୍ଲେକ୍ସ ଗୁଡିକ ପର୍ଯ୍ୟଟକ ଏବଂ ପରିଦର୍ଶକ ମାନଙ୍କ ଭ୍ରମଣ ନିମନ୍ତେ ଖୋଲା ରହିବ ବୋଲି ଆର.ସି.ସି.ଏଫ. ଶ୍ରୀ ଗୋଗିନେନି ଙ୍କ ତରଫରୁ ଉପରୋକ୍ତ ବିଜ୍ଞପ୍ତିରେ ଦର୍ଶାଯାଇଛି |