Onn 3

ଯୁକ୍ତ ଦୁଇ ପିଲାଙ୍କ ଲାପଟପ୍ ଡିବିଟି ଯୋଜନା ଆବେଦନ ତାରିଖ ବୃଦ୍ଧି

State

ଭୁବନେଶ୍ୱର: ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ କିଣିବାକୁ ସହୟତା ରାଶି ଦେଉଛନ୍ତି ରାଜ୍ୟ ସରକାର । ଏହି ଲାପଟପ୍ ଡିବିଟି ଯୋଜନାରେ ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରୁଛନ୍ତି । ଲାପଟପ୍ ଡିବିଟି ଯୋଜନାର ୨୦୨୧ ଓ ୨୦୨୨ ବର୍ଷର ଆବେଦନ ଅବଧି ବୃଦ୍ଧି କରାଯାଇଛି । ଏହି ୨ ବର୍ଷର ଛାତ୍ରଛାତ୍ରୀମାନେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲାପଟପ୍ ଡିବିଟି ୨୦୨୧ ପାଇଁ ଅନ୍ଲାଇନରେ ୨୦୨୨ ମାର୍ଚ୍ଚ ୨୯ ତାରିଖରୁ ଆବେଦନ ଆରମ୍ଭ ହୋଇଛି । ସେହିପରି ଲାପଟପ୍ ଡିବିଟି ୨୦୨୨ ପାଇଁ ଚଳିତବର୍ଷ ଏପ୍ରିଲ୍ ୫ରୁ ଆବେଦନ ଆରମ୍ଭ ହୋଇଛି ।

ଯେଉଁ ଛାତ୍ରଛାତ୍ରୀମାନେ ଏପର୍ଯ୍ୟନ୍ତ ଆବେଦନ କରିପାରିନାହାଁନ୍ତି ସେମାନେ www.scholarship.odisha.gov.in ରେ ଆବେଦନ କରିପାରିବେ । ନିଜର ଆଧାର ନମ୍ବର, ଆଧାର ସଂଯୋଗ ମୋବାଇଲ୍ ନମ୍ବରରେ ପଞ୍ଜିକରଣ କରିବେ । ଏହାପରେ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ନିଜର ବିବରଣୀ ଦେଇ ଆବେଦନ କରିବେ । ଚଳିତମାସ ୧୫ ତାରିଖରୁ ଅଗଷ୍ଟ ୫ ମଧ୍ୟରେ ଆବେଦନ କରିପାରିବେ । ତଥ୍ୟ ଅନୁଯାୟୀ, ୨୦୧୩- ୧୪ ମସିହାରୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଯୁକ୍ତ ୨ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ୍ ବଣ୍ଟନ ଆରମ୍ଭ ହୋଇଥିଲା । ପ୍ରଥମ ବର୍ଷ ଦିଆଯାଇଥିବା ଲାପଟପ୍ ଖରାପ ପଡ଼ିବାରୁ ବହୁ ଅଭିଯୋଗ ଆସିଥିଲା । ପରବର୍ତ୍ତୀ ସମୟରେ ଅନ୍ୟ ଏକ କମ୍ପାନୀରେ ଲାପଟପ୍ ସରକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ । ହେଲେ ଏଥିରେ ଅଭିଯୋଗ ଆସିବାରୁ ସରକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ କିଣିବା ଲାଗି ୩୦ହଜାର ଟଙ୍କାର ଆର୍ଥିକ ସହାୟତା କରାଯାଉଛି । ଆଗରୁ ରାଜ୍ୟୱାରୀ ମେଧାବୀ ଚୟନ କରାଯାଉଥିବା ବେଳେ ବର୍ତ୍ତମାନ କିଛି ବର୍ଷ ହେବ ବ୍ଲକ୍ ୱାରୀ ମେଧାବୀ ଚୟନ କରାଯାଉଛି । ଏହି ଅଧୀନରେ ପ୍ରତିବର୍ଷ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ ସହାୟତା ରାଶି ପ୍ରଦାନ କରାଯାଉଛି ।