Onn 3

ରାଜଧାନୀରେ ତିଆରି ହେବ ଆହୁରି ଦୁଇଟି ଫୁଟ ଓଭର ବ୍ରିଜ

Politics State

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ଆଉ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ ପାଇବ। ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ନିର୍ମାଣ କରାଯିବ। ପଳାଶୁଣୀଠାରେ ଥିବା ଫ୍ଲାଏ ଓଭର ବ୍ରିଜ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଏବଂ ସତସଙ୍ଗ ବିହାରଠାରେ ଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ ଅଗଷ୍ଟ ୧ରେ ଆରମ୍ଭ ହେବ।

ଅତ୍ୟଧିକ ଯାନବାହାନ ଚଳାଚଳ କରୁଥିବା ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଏହି ଦୁଇଟି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି। ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପଳାଶୁଣୀ ଫ୍ଲାଏ ଓଭର ବ୍ରିଜ ନିର୍ମାଣରେ ବିଳମ୍ବ ହେଉଥିଲେ ହେଁ ଏବେ ସମସ୍ୟା ଦୂର ହୋଇଛି।

ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରୁଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ୬ ହଜାର ୪୬୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୩୦ଟି ଗାଡି ଯିବା ପାଇଁ ବାଇପାସ, ୯ଟି ଫ୍ଲାଏ ଓଭର ବ୍ରିଜ, ୪ଟି ଫୁଟ ଓଭର ବ୍ରିଜ ଏବଂ କ୍ୟାପିଟାଲ ରିଜିଅନ୍ ରିଂ ରୋଡ୍ ରହିଛି।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ଅନୁଧ୍ୟାନ କରୁଛି, ଯାହାଫଳରେ ଗୁଣାତ୍ମକ ଏବଂ ନିର୍ଦ୍ଧାରିତ ସମୟରେ କାମ ଶେଷ ହୋଇପାରିବ। ଷଡ଼ଙ୍ଗୀ କହିଛନ୍ତି ଯେ, ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ସେ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ଗୁଣାତ୍ମକ ଓ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ସେ କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଭୁବନେଶ୍ୱରର ଭିତ୍ତିଭୂମିରେ ଉନ୍ନତି ଆଣିବ ଏବଂ ଏହାକୁ ଏକ ସୁରକ୍ଷିତ ଏବଂ ଅଧିକ ବାସଯୋଗ୍ୟ ସହରରେ ପରିଣତ କରିବ।

ଉଲ୍ଲେଖଯୋଗ୍ୟ, ସାଂସଦ ଷଡ଼ଙ୍ଗୀ ନିର୍ବାଚିତ ହେବା ପରେ ପ୍ରତିବର୍ଷ ନିଜର ରିପୋର୍ଟ କାର୍ଡ ସାର୍ବଜନୀନ କରନ୍ତି। ଏପରି କରି ସେ ଲୋକଙ୍କ ପାଇଁ ଗୋଟିଏ ବର୍ଷକ ଭିତରେ କଣ କରନ୍ତି ତାହା ଉପସ୍ଥାପନ କରନ୍ତି। ଯାହାକି ସେ ଅନ୍ତିମ ସାଧାରଣ ନିର୍ବାଚନ ବେଳେ ଲୋକଙ୍କୁ ଦେଇଥିଲେ। ଆଉ ଶୁକ୍ରବାର ମଧ୍ୟ ସମାନ ପ୍ରକାର ଏକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି।