Medical 1

ବାଣ ବିସ୍ଫୋରଣରେ ସଂପର୍କୀୟ ମଉସା ଓ ପୁତୁରା ଗୁରୁତର, ଜଣେ ଭୁବନେଶ୍ବର ସ୍ଥାନାନ୍ତର

State

ବାଣ ବିସ୍ଫୋରଣରେ ସଂପର୍କୀୟ ମଉସା ଓ ପୁତୁରା ଗୁରୁତର । ନୟାଗଡ ଜିଲ୍ଲା ନୂଆଗାଁ ଥାନା ହିରାଦେଇପୁରରେ ଏହି ଅଘଟଣ ଘଟିଛି। ଜଣେ ନୟାଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅନ୍ଯ ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଲେ ଦଶପଲ୍ଲା ଶ୍ରୀରାମପୁରର ଅମୀୟ ନାୟକ ଓ ହିରାଦେଇପୁର ଗାଁର ସୁବଳ । ଉଭୟ ସମ୍ପର୍କୀୟ ମଉସା ପୁତୁରା ବୋଲି ଜଣାପଡିଛି । ଅମୀୟ ହିରାଦେଇପୁର ଗାଁର ଶଡୁ ଘରକୁ ବାଣ ଧରି ଆସିଥିଲେ । ଆଜି ନୟାଗଡ ନିକଟ ନବଘନପୁରରେ ବାଣ ଫୁଟାଇବା ପାଇଁ ସେ ଅର୍ଡର ରଖିଥିଲେ । ହଠାତ୍ କୌଣସି କାରଣରୁ ଆଜି ମଧ୍ଯାହ୍ନରେ ରଖାଯାଇଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଅମୀୟଙ୍କର ଶରୀରର ୮୦ପ୍ରତିଶତରୁ ଅଧିକ ପୋଡିଯାଇଥିବା ବେଳେ ସୁବଳଙ୍କ ଶରୀରର ୨୦ପ୍ରତିଶତ ପୋଡିଯାଇଥିବା ଡାକ୍ତର କହିଛନ୍ତି ।