କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜନଜାତି ବର୍ଗର ଲୋକ କୃଷି , ଆବାସିକ ଗୃହ ନିର୍ମାଣ , ବ୍ୟବସାୟ , ପିଲାଙ୍କ ଉଚ୍ଚଶିକ୍ଷା ଏବଂ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଲାଗି ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । କ୍ୟାବିନେଟରେ ଏଭଳି ନିଷ୍ପତ୍ତି ପରେ କଂଗ୍ରେସ ଏବଂ ବିଜେପି ଏହାକୁ ତୀବ୍ର ବିରୋଧ କରିଥିଲେ । ଯାହାକୁ ନେଇ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ।