Onn 3

କୁମ୍ଭକାର ସଂଘ ପକ୍ଷରୁ ମୌଳିକ ସୁବିଧା ଓ ଭତ୍ତା ପାଇବା ପାଇଁ ଦାବି

State

ନିଶ୍ଚିନ୍ତକୋଇଲି: ସାଲେପୁର ବ୍ଲକ, ମଧୁସୂଦନ ଭବନରେ କୁରାଳ ପଞ୍ଚମୀ ଅବସରରେ କଟକ ଜିଲ୍ଲା କୁମ୍ଭକାର ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ସଙ୍ଘର ସଭାପତି ଭାସ୍କର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କୁମ୍ଭକାର ମହାସଂଘର ଉପସଭାପତି ରାମଚନ୍ଦ୍ର ମୁଦୁଲି, ରାଜ୍ୟ କୁମ୍ଭକାର ମହାସଂଘର ସମ୍ପାଦକ ଜୟରାମ ସାହୁ, ଉପଦେଷ୍ଟା ଧ୍ରୁବଚରଣ ମୁଦୁଲି,କଟକ ଜିଲ୍ଲା କୁମ୍ଭକାର ମହାସଂଘର ସମ୍ପାଦକ ରବୀନ୍ଦ୍ର ବେହେରା, ଉପସଭାପତି ବିଚିତ୍ର ନନ୍ଦ ବେହେରା,ନରସିଂହପୁର ବ୍ଲକର ସମ୍ପାଦକ ତ୍ରିନାଥ ବେହେରା ଓ ପରମେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ସଙ୍ଘକୁ ଅଧିକ ସକ୍ରିୟ କରିବା ସହ ରାଜ୍ୟ ସରକାରଙ୍କ ପାଖରେ କୁମ୍ବକାର ପରିବାରର ଉର୍ନତି ପାଇଁ ଆବଶକିୟ ଦାବି ଉପସ୍ଥାପନ କରିବାକୁ ମତ ପ୍ରକାଶ କରିଥିଲେ |

ସାମ୍ବାଦିକ ଅକ୍ଷୟ କୁମାର ଦାଶ ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ | କୌଶଳର ବୃତ୍ତି ଏ ପର୍ଯ୍ୟନ୍ତ ଦୁର୍ଦନରେ ରହିଥିବାବେଳେ ଅନ୍ୟ ରାଜ୍ୟ ପରି ମାଟିକଳା ବୋର୍ଡ ଗଠନ କୁମ୍ଭକାର ଶିଳ୍ପୀମାନଙ୍କୁ ଭତ୍ତା ସୁବିଧା ତଥା ନିର୍ମାଣ ପାଇଁ ସାଜ ଓ କଞ୍ଚାମାଲ ଯୋଗାଇବା, ଟେରାକୋଟା ପ୍ରଶିକ୍ଷଣ ଦେବା,ବଜାର ସୁବିଧା ଯୋଗାଇ ଦେବା ଇତ୍ୟାଦି ଦାବି ନେଇ ସମାବେଶରେ ଆଲୋଚନା କରାଯାଇଥିଲା ! ଦାବି ପୂରଣ ଦିଗରେ ସରକାର ଦୃଷ୍ଟି ନଦେଲେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କଟକ ଜିଲ୍ଲା କୁମ୍ବକାର ସଙ୍ଘର ସଭାପତି ଭାସ୍କର ବେହେରା ପ୍ରକାଶ କରିଥିଲେ | ପରିଶେଷରେ ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |