Onn 3

ପି.ପି କଲେଜରେ କ୍ରୀଡ଼ା ପତିଯୋଗିତାର ଉଦ୍‌ଘାଟନ

State

ନିଶ୍ଚିନ୍ତକୋଇଲି:ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ କଲେଜ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମ ନୋଡ଼ାଲ ଅଫିସର ଅଧ୍ୟାପକ ଡ଼ଃ.ଅଲେଖଚନ୍ଦ୍ର ସାମଲଙ୍କ ସଂଯୋଜନା କ୍ରୀଡ଼ା ଉପସଭାପତି ଅଧ୍ୟାପକ ଦୀପକ କୁମାର ଦ୍ୱିବେଦୀଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ସରପଞ୍ଚ ହିମାଂଶୁ ନାରାୟଣ ମଲ୍ଲ, ସମିତିସଭ୍ୟ ପ୍ରଦୋଷ କୁମାର ସାହୁ ଯୋଗ ଦେଇ ଯୁବକ ମାନଙ୍କ ମଧ୍ୟରେ ଲୁକାୟିତ କ୍ରୀଡ଼ା ପ୍ରତିଭାକୁ ଅନ୍ୱେଷଣ କରିବା ପାଇଁ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଶିକ୍ଷା ବିଭାଗର ପ୍ରଧ୍ୟାପକ ଡ଼ଃ.ସୁଚିତ୍ର କୁମାର ସାହୁଙ୍କ ନେତୃତ୍ୱରେ ଅଧ୍ୟାପକ ପ୍ରଶାନ୍ତ ଭାରତୀ, ଶିଶିର କୁମାର ସାହୁ, ପ୍ରଦିପ କୁମାର ମହାନ୍ତି,ବିଶ୍ୱଜିତ ବେହେରା, ରାଜେଶ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।