Onn 3

କବାଟ ତାଡ଼ି, ଗଡ଼୍ରେଜ ଭାଙ୍ଗି ଅଳଙ୍କାର ଓ ଟଙ୍କା ଲୁଟ କଲେ ଦୁର୍ବୁତ୍ତ

Crime State

ନିଶ୍ଚିନ୍ତକୋଇଲି : ଉତ୍ତରକୂଳ ପଞ୍ଚାୟତ ପିଁପୁର ଗ୍ରାମର ସୁଶିଲକାନ୍ତ ବେହେରାଙ୍କ ଘରୁ ଗୁରୁବାର ରାତିରେ ନଗଦ ୧ଲକ୍ଷ ୫୦ହଜାର ଟଙ୍କା ସମେତ ବହୁ ସୁନା,ରୂପା,ଅଳଙ୍କାର ଦୁର୍ବୁତ୍ତମାନେ ଲୁଟି ନେଇଥିବା କିଶୋରନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା ତନାଘନା ତଦନ୍ତ ଚାଲିଥିଲେ ମଧ୍ୟ ଚୋରର କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି । ଚୋରି ହୋଇଥିବା ଘରର ଅନତୀ ଦୂରରେ ଗହଣାଗାଣ୍ଠିର ଖୋଳମାନ ପଡ଼ିଥିବାର ଦେଖାଯାଇଛି । ଗୁରୁବାର ରାତିରେ ନିଜେ ସୁଶିଲକାନ୍ତ ବେହେରା ଯାତ୍ରା ଦେଖିବା ପାଇଁ ଯାଇଥିଲେ । ରାତି ୩ଘଟିକା ସମୟରେ ଘରକୁ ଫେରିଲାବେଳକୁ ବାହାରପଟ ଦ୍ୱାର କବାଟ ତଡ଼ା ଯାଇଥିବାର ଦେଖିବାକୁ ପାଇଥିଲେ ।

ଗୋଟିଏ ଘରେ ଶୋଇଥିବା ତାଙ୍କର ବଡ଼ବାପା,ବଡ଼ବୋହୂ ଏବଂ ଅନ୍ୟ ଏକ ଘରେ ଶୋଇଥିବା ତାଙ୍କର ବଡ଼ ଭାଇର କବାଟ ବାହାର ପଟୁ ବନ୍ଦ କରାଯାଇଥିଲା । ଏହାଛଡ଼ା ଗଡ଼୍ରେଜ ଭଙ୍ଗାଯାଇ ସେଥିରେ ଥିବା ଦୁଇଟି ସୁନା ଚେନ୍‌, ୩ଟି ମଙ୍ଗଳ ସୂତ୍ର, ୯ଟି ସୁନା ମୁଦି , ୫ହଳ ଶଙ୍ଖା, ୪ଟି ସୁନା ଲକେଟ, ଦୁଇଟି ଛୋଟ ସୁନା ମୁଦି , ଦୁଇ ହଳ କାନ ଫୁଲ, ଏକ ହଳ ରୂପା ପାଉଁଜି, ଗୋଟିଏ ମୋବାଇଲ ସେଟ୍‌, ଚୋରି ହୋଇଯାଇଥିବାର ଦେଖିବାକୁ ପାଇଥିଲେ । ଏହା ଛଡ଼ା ଅନ୍ୟ ଏକ ଟ୍ରଙ୍ଗରେ ଥିବା ନଗଦ ୫ହଜାର ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଦୁର୍ବୁତ୍ତମାନେ ନେଇଯାଇଥିଲେ । ଏ ସଂକ୍ରାନ୍ତରେ ସୁଶିଲକାନ୍ତ ବେହେରା କିଶୋରନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାଯାଇଛି ।