E11c855e E72b 41e1 Bd74 31779e02cb39 750x430 1.jpeg

ଓଡିଶା ରାଜସ୍ଵ ଅମଲା ସଂଘର ଦାବି ପୂରଣ କଲେ ରାଜ୍ୟ ସରକାର

State

e11c855e-e72b-41e1-bd74-31779e02cb39-750x430

ଭୁବନେଶ୍ଵର: ଓଡ଼ିଶା ରାଜସ୍ବ ଅମଲା ସଂଘର ୨୦୧୭ ମସିହା ଠାରୁ  ବହୁ ପ୍ରତୀକ୍ଷିତ  ପୃଥକ ପାହ୍ୟା (Separate Cadre)ଦାବି ଆଜି ରାଜ୍ଯ ସରକାର ପୂରଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ  ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୬୯୮ ତା ୦୬.୦ ୧.୨୦୨୪ ରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି l ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡିଶା ରାଜସ୍ଵ ଅମଲା ସଂଘର ପ୍ରତ୍ୟେକ ସଦସ୍ୟ ସଦସ୍ୟା ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l

ସମଗ୍ର ରାଜ୍ୟର ରାଜସ୍ଵ ଅମଲା ମାନେ ଗତକାଲିର ଦିନଟି କୁ ଐତିହାସିକ ଓ ସ୍ମରଣୀୟ ଦିବସ ବୋଲି ବିବେଚନା କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହାକୁ ସାକାର କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା 5t ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ରାଜସ୍ଵ ଅମଲା ସଂଘର ମାର୍ଗ ଦର୍ଶକ ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା,ରାଜସ୍ଵ  ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ଓ   ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ,  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଲାଲା ମନୋଜ ରାୟ, ରବିନ୍ଦ୍ର ସେଠି, ଆଦିତ୍ୟ ମହାପାତ୍ର ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି l ଏହି  ଐତିହାସିକ ମୁହୂର୍ତ୍ତର ଶ୍ରେୟ ଜିଲ୍ଲା ସ୍ତରର ପ୍ରତ୍ୟେକ ରାଜସ୍ଵ ଅମଲା ମାନଙ୍କ କଠିନ ପରିଶ୍ରମ ଓ ଧୌର୍ଯ୍ୟ ଦ୍ଵାରା ସମ୍ଭବ ହେଲା ବୋଲି ସଂଘର ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି l  ସଂଘର ଅନ୍ୟାନ୍ୟ ଦାବି ଗୁଡିକ ଖୁବଶୀଘ୍ର ରାଜ୍ୟ ସରକାର ପୂରଣ କରିବେ ବୋଲି ଶ୍ରୀ ମହାପାତ୍ର ଆଶା ବ୍ୟକ୍ତ କରିଛନ୍ତି l