ନିମନ୍ତ୍ରଣ ପତ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ପରିଚାଳନା କମିଟିର ତିନିଜଣ ସଦସ୍ୟ ବାହାରି ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସହ ଉଜ୍ଜୟିନୀ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପତ୍ର ଦେବେ। ତେବେ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟକଟି କ୍ଷେତ୍ରରେ ଜଗତଗୁରୁଙ୍କୁ ଅଣଦେଖା କରୁଥିବା ନେଇ କ୍ଷୋଭ କରୁଥିବା ବେଳେ ନିମନ୍ତ୍ରଣ ପତ୍ର ସ୍ୱୀକାର କରି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ବିଶ୍ୱାସ ରହିଥିବା ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ କର କହିଛନ୍ତି। ପରେ ପରେ ଭାରତବର୍ଷର ୪ ଧାମ, ୧୨ ଜ୍ୟୋତି ଲିଙ୍ଗ ଓ ଭାରତ ବର୍ଷ ବିଭିନ୍ନ ଶୈବପୀଠ ଓ ଶ୍ରୀଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ ପାଇଁ ସେବାୟତମାନେ ଯାତ୍ରା କରିବେ।