Img 20240824 Wa0297

ବିଧାୟକ ଜଲେନ ନାଏକ ସାନ୍ତାଳୀ ଶିକ୍ଷା ଏବଂ ଷ୍ଟାଡିୟମ ପ୍ରସଙ୍ଗ ବିଧାନସଭାରେ ଉଠାଇଲେ

State

ବାରିପଦା – ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ଗତକାଲି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ତିନିଗୋଟି ପ୍ରଶ୍ନ ବିଧାନସଭାରେ ଉତ୍ଥାପନ କରିଥିଲେ | ଅନୁସୁଚୀତ ଜନଜାତି ଅନୁସୁଚୀତ ଜାତି ଉନ୍ନୟନ ଓ ସଂଖାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀଙ୍କୁ ଅଣତାରକା ପ୍ରଶ୍ନ ସଂଖ୍ୟା ୧୯୨୮ , ୧୯୨୯ , ୧୯୩୧ ମାଧ୍ୟମରେ ସାନ୍ତାଳୀ ଭାଷାକୁ ଭାଷାଭିତ୍ତିକ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ସହ ସ୍କୁଲ ଓ ସେବାଶ୍ରମ ମାନଙ୍କରେ ସାନ୍ତାଳୀ ଶିକ୍ଷା , ସାନ୍ତାଳୀ ଶିକ୍ଷକ ମାନଙ୍କର ନିଯୁକ୍ତି , ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ବିଶେଷଜ୍ଞ କମିଟିର ପ୍ରଦାନ କରାଯାଇଥିବା ରିପୋର୍ଟ ଅନୁସାରେ ସାନ୍ତାଳୀ ଭାଷାର ବିକାଶ ଏବଂ ବିଦ୍ୟାଳୟ ମାନଙ୍କରେ ସାନ୍ତାଳୀ ଶିକ୍ଷାର ପ୍ରଚଳନ ଉପରେ ପ୍ରଶ୍ନ ପଚାରିଥିଲେ | ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସାନ୍ତାଳୀ ଭାଷା ଭାଷାକୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରାଯିବାପାଇଁ ବିଚାରଧିନ ରହିଛି | ବର୍ତ୍ତମାନ ସୁଦ୍ଧା ୭ ଜଣ ସାନ୍ତାଳୀ ବହୁଭାଷୀ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ଆହୁରି ୨୬ ଜଣ ସାନ୍ତାଳୀ ଶିକ୍ଷକ ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ଓଡିଶା ସବୋର୍ଡିନେଟ ସ୍ଟାଫ ସିଲେକସନକୁ ପ୍ରସ୍ତାବ ଦେଇଛନ୍ତି |

ସେହିଭଳି ଅଣତାରକା ପ୍ରଶ୍ନ ୧୯୩୦ ମାଧ୍ୟମରେ କ୍ରୀଡା ଓ ଯୁବକଲ୍ଯାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରିବା ସହିତ ଆଗ୍ରହୀ ଫୁଟବଲ ଖେଳାଳୀ ମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ସରକାରଙ୍କ ଆବଶ୍ୟକ ପଦଷେପ ସମ୍ବନ୍ଧରେ ପ୍ରଶ୍ନ ପଚାରିଥିଲେ |ଏହାର ଉତ୍ତରରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଗୋଟିଏ ସ୍ଟୋର୍ଟସ କମ୍ପେକ୍ସ୍‌ ପାଇଁ, ଭାରତ ସରକାରଙ୍ଗ ଖେଲୋ ଇଣ୍ଡିଆ ଯୋଜନା ଓ ରାଜ୍ଯ ସରକାରଙ୍କର ମିଳିତ ଉଦ୍ୟମରେ ଟ. ୩୦,୦୩,୪୩,୩୦୦/ -ଙ୍କାର ଆର୍ଥୁକ ମଞ୍ଜୁରୀ ଦିଆଯାଇ ନିର୍ମାଣ କାର୍ଯ୍ଯ ଚାଲୁରହିଛି । ଏହି ସ୍ଟୋର୍ଟସ କମ୍ପେକ୍କରେ ଗୋଟିଏ ଫିଫା ସ୍ତରର ଏଲ ଇଡି ଆଲୋକ ବ୍ୟବସ୍ଥା ଥିବା ପ୍ରାକୃତିକ ଫୁଟବଲ ଟର୍ଫ ପଡିଆ ଦୁଇଗୋଟି ଟେନିସ କୋର୍ଟ, ସିନ୍ଥେଟିକ ଆଥଲେଟିକ ଟ୍ରାକ ଏବଂ ଅନ୍ଯାନ୍ଯ ସୁବିଧା ସହିତ ନିର୍ମାଣ କାର୍ଯ୍ଯ ଚାଲୁଅଛି ଏବଂ ଏଠାରେ ଆଗ୍ରହୀ ଫୁଟବଲ ଖେଳାଳୀ ମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ଯୋଜନା ରହିଛି ବୋଲି ଉତ୍ତରରେ ଉଲ୍ଲେଖ କରିଛନ୍ତି |