Img 20240824 Wa0299

ସମ୍ଭାବନା ର ପରବର୍ତ୍ତୀ ପ୍ରସ୍ତୁତି ନାଟକ “ପଞ୍ଚାଳୀ”

State

ବାରିପଦା: ଆଜି ସନ୍ଧ୍ୟା ରେ ବାରିପଦା ଷ୍ଟାଡିୟମ ସଭାଗୃହରେ ସମ୍ଭାବନା ର ପରବର୍ତ୍ତୀ ନାଟକ “ପଞ୍ଚାଳୀ” ର ପ୍ରସ୍ତୁତି ପର୍ବ ତଥା ପୁସ୍ତକ ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର କଳା ଶିକ୍ଷକ, ଧର୍ମପଦ ନନ୍ଦୀଙ୍କ ନିର୍ଦ୍ଦେଶନାରେ, ଖ୍ୟାତନାମା ନାଟ୍ୟକାର ଇନ୍ଦୁଭୂଷଣ କାନୁନଗୋଙ୍କ ରଚିତ “ପଞ୍ଚାଳୀ” ନାଟକକୁ ପ୍ରସ୍ତୁତ କରାଯାଇ ଆଗାମୀ ଡିସେମ୍ବର ମାସରେ ପ୍ରଦର୍ଶନ କରାଯିବ ବୋଲି ସମ୍ଭାବନା ସାଂସ୍କୃତିକ ପରିଷଦର ସଭାପତି ଜ୍ଞାନ ରଞ୍ଜନ ପଣ୍ଡା, ପରିଚାଳକ ସୋମନାଥ ସିଂହ ଏବଂ ସମ୍ପାଦକ ରାଜେଶ କୁମାର ଦାଶ ସୂଚନା ଦେଇଥିଲେ । ନାଟ୍ୟକାର, ନିର୍ଦ୍ଦେଶକ, କଳାକାରଙ୍କ ଉପସ୍ଥିତିରେ ମନ୍ତ୍ର ଉଚ୍ଚାରଣ ସହିତ ପୁସ୍ତକ ପୂଜନ କରାଯାଇ ପ୍ରଥମ ଦୃଶ୍ୟର ସଂଳାପ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ଭାବନା ସାଂସ୍କୃତିକ ପରିଷଦର ସଦସ୍ୟ ରଣଜିତ ସାହୁ, ଅଶୋକ ପଟ୍ଟନାୟକ, ସଂଗ୍ରାମ ପଣ୍ଡା, ଶର୍ମିଷ୍ଠା ପଣ୍ଡା, ଦର୍ଶନା ଭଂଜଦେଓ, ଦିବ୍ୟଦର୍ଶିନୀ ବିଶ୍ବାଳ, ଜ୍ୟୋତିର୍ମୟୀ ପଲେଈ, ଊର୍ଜା ମହାନ୍ତି, ବିକାଶ ଦାସ, ଓମ ପାତ୍ର, ଧର୍ମଜିତ ମହାପାତ୍ର, ଦେବାଶିଷ, ଗୋପାଳ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ନାଟ୍ୟକାର ଶ୍ରୀ କାନୁନଗୋ ନାଟକର ବିଷୟବସ୍ତୁ ସମ୍ପର୍କରେ କଳାକାର ମାନଙ୍କୁ ସୂଚନା ଦେଇ କହିଥିଲେ ସାମ୍ପ୍ରତିକ ପରିସ୍ଥିତିରେ ଥାର୍ଡ ଜେଣ୍ଡର (କିନ୍ନର) ମାନଙ୍କର ଗଠନ ମୂଳକ ସାମାଜିକ ଦାୟିତ୍ବ ଉପରେ ଆଧାରିତ ଏହି ନାଟକ ହେଉଛି “ପଞ୍ଚାଳୀ”। ନିର୍ଦ୍ଦେଶକ ଶ୍ରୀ ନନ୍ଦୀ କଳାକାର ମାନଙ୍କ ସହଯୋଗ କାମନା କରିବା ସହ ଏକ ଭିନ୍ନ ସ୍ୱାଦର ନାଟକଟି ଦର୍ଶକଙ୍କୁ ବେଶ ପ୍ରଭାବିତ କରିବ ବୋଲି ପ୍ରକାଶ କରିଛନ୍ତି I