Onn 3

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ

State

ଗଜପତି: ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ସ୍ଥାନୀୟ ଶ୍ରୀ ଜଗନ୍ନାଥ ନିକେତନ ଆର. ସୀତାପୁର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ରବି ନାରାୟଣ ବେହେରା ଯୋଗ ଦେଇ ଏହି କାର୍ଯ୍ୟକ୍ରମ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ ଏବଂ ବନ୍ୟଜନ୍ତୁ ସୁରକ୍ଷା ଧାରା, ପରିବେଶ ସୁରକ୍ଷା ଧାରା ଓ ଅନ୍ୟାନ୍ୟ ଆଇନ ବିଷୟରେ ଉପସ୍ଥିତ ପିଲାମାନଙ୍କୁ ସଚେତନ କରିଥିଲେ ।

ଅନ୍ୟତମ ମୁଖ୍ୟ ଅତିଥି ବନଖଣ୍ଡ ଅଧିକାରୀ ଗଜପତି ଶ୍ରୀ ଏସ. ଆନନ୍ଦ, ପ୍ରବୋସନ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭାଶିଷ ପାନୀ ଓ ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନିକେତନ ଶ୍ରୀ ହରି ମୋହନ ପଟ୍ଟନାୟକ ଯୋଗ ଦେଇ ପ୍ରତ୍ୟେକ ଲୋକ ପରିବେଶ ସୁରକ୍ଷାର କିପରି ଭାଗିଦାର ହୋଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ପରିବେଶରେ ସ୍ଥାନୀୟ ଅନୁଷ୍ଠାନ ପରିସରରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇ ଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର ଓ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ପରିଚାଳନା କରିଥିଲେ।