Onn 3

ସ୍ୱାମୀ ବିବେକାନନ୍ଦ ନେସନାଲ ଗୁରୁକୁଳରେ ବିଶ୍ୱ ପରିବେଶ ଦିବସ ପାଳିତ

State

ବାରିପଦା: ବାରିପଦା ସହର ଉପକଣ୍ଠ ଗୌଡ଼ଡିହା ଠାରେ ଥିବା ସ୍ୱାମୀ ବିବେକାନନ୍ଦ ନେସନାଲ ଗୁରୁକୁଳ ଠାରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ମାଧମରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି. ସକାଳେ ଗୁରୁକୁଳର ପିଲା ମାନେ ଏକ ପରିବେଶ ସଚେତନତା ଶୋଭାଯାତ୍ରାରେ ନିକଟସ୍ଥ ମହୁଲିଆ ଗ୍ରାମକୁ ଯାଇ ସେଠାରେ ବୃକ୍ଷ ରୋପଣ କରିଥିଲେ | ପରେପରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷା ନର୍ମଦା ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ସିଆରସିସି ରୁପାଲୀ ରୂପାନ୍ୱିତା ପଣ୍ଡା, ମୁଖ୍ୟ ଵକ୍ତା ଭାବରେ ସାମ୍ବାଦିକ ଦୀପକ କୁମାର ନାୟକ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦିକା ଗୀତାଞ୍ଜଳି ଗିରି ପ୍ରମୁଖ ଯୋଗଦେଇ ପରିବେଶ ପ୍ରଦୂଷଣ ମାନବ ଜାତିପାଇଁ ସତର୍କ ଘଣ୍ଟି ଏଣୁ ପରିବେଶ ସୁରକ୍ଷା ପାଇଁ ସମଗ୍ର ମାନବ ସମାଜ ସଚେତନତାର ସହ କାର୍ଯ୍ୟ କରିବା ଦରକାର ବୋଲି କହିଥିଲେ |

ବିଦ୍ୟାଳୟ ର ଗୁରୁମା ଶିବାନୀ ମଣ୍ଡଳ, ସବିତା ରାଣୀ ପାଇକରାୟ, ଶୁକମଣୀ ହେମ୍ବ୍ରମ, ଶୁଚିସ୍ମିତା ବେହେରା, ଅନୁସ୍ମିତା ଦାସ, ହେମଲତା ସିଂ, ନେହା ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ପରିବେଶ ସଚେତନତା ଉପରେ ବକ୍ତୃତା, ସଂଗୀତ, ଏବଂ କ୍ଷ୍ୟୁଦ୍ର ନାଟକ ପରିବେଷଣ କରିଥିଲେ |