Onn 3

ବି.ବି. ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ ପାଳିତ

State

ବାରିପଦା: ବାଇଗଣବାଡିଆ ସ୍ଥିତ ବିବି ମହାବିଦ୍ୟାଳୟର ୪୦ତମ ସ୍ୱନକ୍ଷତ୍ର ଦିବସ ଅଧ୍ୟକ୍ଷ ଡ.ସନ୍ଦୀପ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ସେ ସ୍ୱାଗତ ଭାଷଣରେ ଛାତ୍ର ଛାତ୍ରୀଙ୍କୁ ସମୟାନୁବର୍ତି ଓ କଠୋର ପରିଶ୍ରମ କରି ଦେଶ ଓ ଜାତି ପାଇଁ ଉଦାହରଣ ହେବା ପାଇଁ ପରାମର୍ଶ ଦେଇଥିଲେ । ଓଡିଶା ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ କର୍ମନିଷ୍ଠ ହେବାପାଇଁ ଆହ୍ୱାନ ଦେଇଥିଲେ । ଆଦିବାସୀ ଅଧ୍ୟୁଷିତ ଅଂଚଳର କିଛି ଶିକ୍ଷା ପ୍ରେମୀଙ୍କ ସ୍ୱପ୍ନକୁ ସାକାର କରି ୧୯୮୪ ମସିହାରେ ଅଙ୍କୁରିତ ହୋଇଥିବା ଛୋଟ ବୃକ୍ଷଟି ଆଜି ମହା ଦ୍ରୁମରେ ପରିଣତ ହୋଇଛି ବୋଲି ସେ କହିଥିଲେ । ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ କେଦାର ଚନ୍ଦ୍ର ନାୟକ ଅସୁସ୍ଥତା ପାଇଁ ଆସି ପାରିନଥିଲେ ମଧ୍ୟ ମହାବିଦ୍ୟାଳୟ ପାଇଁ ଶୁଭେଚ୍ଛା ବାର୍ତା ପଠାଇଥିଲେ । ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଚେୟାରମେନ୍ ଡ. ଦେବାଶିଷ ମାର୍ଣ୍ଡି ସୁନ୍ଦର ଭବିଷ୍ୟତ ପାଇଁ କୋଠର ପରିଶ୍ରମ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ । ମୟୂରଭଞ୍ଜ ଜିଲ୍ଲା ପରିଷଦ ୮ ନମ୍ବର ଜୋନର ସଭ୍ୟ ଶ୍ରୀ ଦୁର୍ଗା ଚରଣ ମାର୍ଣ୍ଡି ଜୀବନର ସଫଳତା ପାଇଁ ଈଶ୍ୱର ବିଶ୍ୱାସୀ ହେବା ସହ ସ୍ୱପ୍ନ ଦେଖିବା ମଧ୍ୟ ଜରୁରୀ ବୋଲି କହିଥିଲେ । କୁଳିଅଣା ବ୍ଲକର ଚେୟାରମ୍ୟାନ୍ ଦୀପିକା ସିଂ ଏବଂ ଭାଇସ-ଚେୟାରମ୍ୟାନ ଅନିମା ସାହୁ କଲେଜର ଉତରତର ଉନ୍ନତି କାମନା କରିଥିଲେ ।

ପ୍ରାଧ୍ୟାପକ ଡ.ଶ୍ରୀନାଥ ସାମଲ ପ୍ରାରମ୍ଭିକ ସୁଚନା ଦେଇଥିଲେ ଓ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଜାହାଙ୍ଗିିର କବିର ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇ.କ୍ୟୁ.ଏ.ସି. ସଂଯୋଜକ ପ୍ରାଧ୍ୟାପକ ଡ.ରାଜେନ୍ଦ୍ର କୁମାର ଦାସ ଅତିତର ସ୍ମୃତି ଚାରଣ କରିଥିଲେ ଓ ଶୃଙ୍ଖଳା ଜ୍ଞାନ ସହ ଉଚ୍ଚ ହେବା ପାଇଁ ଉଚ୍ଚ ଆଶା ରଖିବା ଏକାନ୍ତ ଆବଶ୍ୟକବୋଲି ସେ ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ସଂପ୍ରତି କଲିକତାର ଭି.ଇ.ସି.ସି. ସାଇନ୍ଟିଫିକ୍ ଅଫିସର (ଜି) ଓ ହୋମି ଭାବା ଜାତୀୟ ପ୍ରତିଷ୍ଠାନର ଆସୋସିଏଟ୍ ପ୍ରଫେସର ଡ.ତପନ କୁମାର ରଣାଙ୍କୁ ତାଙ୍କର କୃତିତ୍ୱ ପାଇଁ ମହାବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ଉତୋରୀୟ ଦେଇ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦା ମୂଳକ ଶିକ୍ଷାରେ ସବୋର୍ଚ୍ଚ ନମ୍ବର ରଖିଥିବା ଦେବସ୍ମିତା ବେହେରା, ଚନ୍ଦନ ପାତ୍ର, ଲିକୁ ସାହୁ, ଦୟାନିଧି ସୋରେନ ତଥା +୩ କଳା, ବାଣିଜ୍ୟ ଓ ବିଜ୍ଞାନ ପାଇଁ ଛାତ୍ରୀ ପ୍ରିୟା ରଣା, ଛାତ୍ର ବୁଧଦେବ ରାଜକୁମାର, ଛାତ୍ରୀ ଅନିତା ମହାପାତ୍ରଙ୍କୁ ସମ୍ମାନିତ କରା ଯାଇଥିଲା । ଶେଷରେ ଡ.ଶ୍ରୀନାଥ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ବି.ବି.ମହାବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ, ଗ୍ରାମ୍ୟବାସୀ, ପୂର୍ବତନ ଛାତ୍ର ଛାତ୍ରୀ ତଥା କଲେଜର ପୂର୍ବତନ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ ।