Onn 3

ବାରିପଦା ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

State

ବାରିପଦା : ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷ ଠାରେ ରେ ଜିଲ୍ଲlପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବି | ଗଙ୍ଗାଧର ଙ୍କ ତତ୍ତ୍ଵlବଧାନ ରେ ଏକ ମିଳିତ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭ ରେ ଜିଲ୍ଲlପାଳ ଶିବିର କୁ ଆସୁଥିବା ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟା ରେ ସମ୍ପନ୍ନ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ |

ଆଜିର ଏହି ଶିବିର ରେ ଜନସାଧାରଣ ଙ୍କ ଠାରୁ ମୋଟ 246 ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ 209 ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ 37 ଟି ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା |

ଗ୍ରହଣ ହୋଇଥିବା ଆପତ୍ତି ଅଭିଯୋଗ ମଧ୍ୟରୁ 24 ଟି ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିଲା ଏବଂ ସହାୟତା ରାଶି ପ୍ରଦାନ ପାଇଁ ଆସିଥିବା ଅଭିଯୋଗ ର ଗୁରୁତ୍ୱ ଓ ପରିସ୍ଥିତି କୁ ବିଚାର କରି ଜଣ ଙ୍କୁ 10,000/- ଟଙ୍କା ରେଡକ୍ରସ ରୁ ଏବଂ ଅନ୍ୟ 03 ଜଣ ବ୍ୟକ୍ତି ଙ୍କୁ ପ୍ରତ୍ୟେକ 2000 /-ଟଙ୍କା ଲେଖାଏଁ,10 ଜଣ ବ୍ୟକ୍ତିଙ୍କୁ ପ୍ରତ୍ୟେକ 5000/- ଟଙ୍କା ଲେଖାଏଁ ଓ ଅନ୍ୟ ଏକ ବ୍ୟକ୍ତି ଙ୍କୁ 10,000/- ଟଙ୍କା ମୋଟ 66,000/-ଟଙ୍କା ମୁଖ୍ୟ ମନ୍ତ୍ରୀ ସହାୟତା ପାଣ୍ଠି ରୁ ଜିଲ୍ଲାପାଳ ମଂଜୁର କରିଛନ୍ତି |

ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟା ରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ |
ଅନୁଷ୍ଠିତ ଉକ୍ତ ଶିବିର ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୟୁରଭଞ୍ଜ ଜ଼ିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀ କାନ୍ତ ସ୍ୱାଇଁ,ଜିଲ୍ଲା ଭାର ପ୍ରାପ୍ତ ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ | ଜ୍ଞାନେନ୍ଦ୍ର ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅଧିନସ୍ଥ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ | ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତଥା ପି | ଜି | ସେଲ ର ନୋଡାଲ ଅଧିକାରୀ ଶ୍ରୀ ସୁଜୟ କୁମାର ପତି ଙ୍କ ତତ୍ତ୍ୱlବଧାନ ରେ ଶିବିର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା |