Img 20240201 Wa0208

ନୂତନ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ କଲେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତିର କର୍ମକର୍ତ୍ତାବୃନ୍ଦ ନୂତନ ଭାବେ ଯୋଗ ଦେଇଥିବା ମୟୁରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ଭେଟି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ I ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ I ଶିକ୍ଷକ ମାନେ ଶିକ୍ଷାଦାନ ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ I

ଶିକ୍ଷକ ମାନଙ୍କର ସମସ୍ୟାର ସମାଧାନ ଦିଗ ସେ ପ୍ରୟାସ କରିବେ ବୋଲି ମଧ୍ୟ ପ୍ରକାଶ କରିଥିଲେ I ଏହି ସୌଜନ୍ୟମୂଳକ ସାକ୍ଷାତରେ ସଂଘର ବିମଳ କୁମାର ଆଚାର୍ଯ୍ୟ, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ସୋମନାଥ ସିଂହ, ହରେକୃଷ୍ଣ ବାରିକ, ଗଦାଧର ନାୟକ, ସିଦ୍ଧେଶ୍ୱର ମିଶ୍ର ରାକେଶ ପ୍ରଧାନ, ଶିବ ନାରାୟଣ ମହାନ୍ତ ଓ ସମୀର ସେଠି ପ୍ରମୁଖ ଉପସ୍ଥିତ ଥିଲେ I