Diarrhea 1

ରାଜନଗରରେ ବ୍ୟାପୁଛି ଝାଡାବାନ୍ତି, ଦୁଇ ଶ୍ରମିକ ମୃତ

State

ରାଜନଗର: ରାଜନଗରରେ ଝାଡାବାନ୍ତିରେ ଦୁଇ ଶ୍ରମିକ ମୃତ । ମୃତକ ହେଲେ ବାରିପଦା ବାହାଦୁରପୁର ଗାଁର ସରସ୍ଵତୀ କାଳନ୍ଦୀ ଓ ମୟୁରଭଞ୍ଜ କେନ୍ଦୁଛାଟିଆ ଗାଁର ଅଜିତ୍ ଦେହୁରୀ । ଉଭୟ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକର ମାଣପଡ଼ା ଓ ବେଲପାଳ ଗାଁକୁ ଯାଇଥିଲେ । ସେଠାରେ ଝାଡ଼ାବାନ୍ତି ହେବାରୁ ଉଭୟଙ୍କୁ ରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ୨ଜଣଙ୍କର ମୃତ୍ୟ ଘଟିଛି । ଅନ୍ୟଜଣେ ଶ୍ରମିକ ଗୁରୁତର ରହିଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି । ମୃତ ସରସ୍ଵତୀ କାଳନ୍ଦୀଙ୍କ ସ୍ଵାମୀ ବଂଶୀଧର କାଳନ୍ଦୀ ଝାଡ଼ାବାନ୍ତିରେ ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ପୂର୍ବରୁ ମଧ୍ୟ ଏମୋନେ ଝାଡହବାନ୍ତିର ଶିକାର ହୋଇଥିଲେ ଚିକିତ୍ସା ପରେ ସୁସ୍ଥ ମଧ୍ୟ ହୋଇଥିବା ମେଡ଼ିକାଲ ଅଫିସର ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି କହିଛନ୍ତି । ପୁନର୍ବାର ଝାଡ଼ା ହୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଝାଡ଼ାବାନ୍ତିର କାରଣ ଅସ୍ପଷ୍ଟ ରହିଛି । ମେଡିକାଲରେ ରାଜନଗର ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ କରୁଛି ।