Rwelr

୮ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଚେତାବନୀ

State

ଭୁବନେଶ୍ୱର : ବିଜୁଳି ଘଡ଼ଘଡ଼ି ଓ ଝଡ଼ପବନ ନେଇ ଚେତାବନୀ । ୮ ଜିଲ୍ଲାକୁ ଚେତାବନୀ ଜାରିକଲା ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ପବନ ଆଶଙ୍କା । ଆସନ୍ତା ୧୩ ତାରିଖ ପରଠୁ ରାଜ୍ୟରେ ପୁଣି ବଢ଼ିବ ତାତି । ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିପାରେ ।