Capture

କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମକୁ ପହଞ୍ଚିଲା ଇଭିଏମ

State

ଖୋର୍ଦ୍ଧା: ପାଖେଇ ଆସୁଛି ନିର୍ବାଚନ। ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଛି ଇଭିଏମ । କଡା ସୁରକ୍ଷା ବଳୟରେ ଖୋର୍ଦ୍ଧା ସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ଇଭିଏମ। ଜଟଣୀ, ଜୟଦେବ, ଭୁବନେଶ୍ୱର ଏକାମ୍ର, ମଧ୍ୟ ଓ ଉତ୍ତର ପାଇଁ ବିଜେବି ସ୍ଵଂୟ ଶାସିତ ମହାବିଦ୍ୟାଳୟରେ ଇଭିଏମ ରହିବ। ୫ଟି ଫ୍ଲୋରରେ ୫ଟି ଷ୍ଟ୍ରଙ୍ଗ ରୁମ୍ ରହିଛି।

୧୧୧,୧୧୨,୧୧୩,୧୧୪ ଓ ୧୧୫ ନିର୍ବାଚନ ମଣ୍ଡଳୀର ୧୯୦୭ ବୁଥ ପାଇଁ ଇଭିଏମ, ଭିଭିପ୍ୟାଟ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ। ପାଞ୍ଚଟି ଫ୍ଲୋରରେ ଗୋଟିଏ ବିଧାନସଭା ଓ ନିର୍ବାଚନ ମଣ୍ଡଳୀର ଉଭୟ ଲୋକସଭା ଓ ବିଧାନସଭା ଲାଗି ଇଭିଏମ ରହିବା ବ୍ୟବସ୍ଥା ହୋଇଛି । ମୋଟ ୨୩୩୨ଟି ଇଭିଏମ ଆସିଛି। ଏହା ବାଦ ୨୫ ପ୍ରତିଶତ ଇଭିଏମ ସଂରକ୍ଷିତ ରହିବ । ଷ୍ଟ୍ରଙ୍ଗ ରୁମ ସିସିଟିଭି ବଳୟ ଭିତରେ ରହିବ ଇଭିଏମ। ଆଜି ଦିନ ଠାରୁ ଭୋଟ ଗଣତି ଯାଏ ସବୁ ଦିନର ଭିଡିଓ ରେକର୍ଡିଂ କରାଯିବ। ଯାହାକି ୩ରୁ ୪ ମାସ ଯାଏଁ ଏହି ରିକଡିଂ ରହିବ।

ସେହିପରି ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ୨୪ ଘଣ୍ଟା ଷ୍ଟ୍ରଙ୍ଗ ରୁମ ନିକଟରେ ରହିବାର ବ୍ୟବସ୍ଥା ରହିଛି। ଡବଲ ଲକ୍ ରହିବ ଷ୍ଟ୍ରଙ୍ଗ ରୁମ। ପ୍ରତି ରୁମ୍ ପାଇଁ ଫୋର୍ସ ମୁତୟନ ରହିବେ। ଯେହେତୁ ଆଗରୁ ଗ୍ରୀଷ୍ମ ଲହରୀ ଅଛି ଓ ଗରମରେ ଭିଭି ପ୍ୟାଟ ମେସିନ ଖରାପ ହୋଇଯାଏ ସେଥିଲାଗି ୩୦ ପ୍ରତିଶତ ମେସିନ ଆମେ ମହଜୁଦ ରଖିଛୁ। ଯାହାକି ଜରୁରୀ ସମୟରେ କାମ ଦେବ ବୋଲି ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରଣା କହିଛନ୍ତି।