Image 2024 08 02t144656.914

କଟକ ତ୍ରିଶୁଳିଆ ବ୍ରିଜ୍‌ ରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ

State

କଟକ: କଟକ ତ୍ରିଶୁଳିଆ ବ୍ରିଜ୍‌ ରୁ ପୁଣି ପାଣିକୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ । ଯୁବକ ଜଣକ ହେଲେ ତୁଷାର ଭଟ୍ଟ । ସେ ଗୁଜୁରାଟର ବୋଲି ଜଣାପଡିଛି । ତେବେ ବ୍ରିଜ୍ ଉପରେ ତାଙ୍କ କାର୍ ରହିଥିବାବେଳେ ତା ପାଖରେ ତୁଷାରଙ୍କର ଚପଲ ପଡିଥିବା ଦେଖିବାକୁ ମିଳିଛି । ଖବରପାଇ ଅଗ୍ନିଶମବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି ।

ଖବର ଅନୂଯାୟୀ, ତୁଷାର ଭଟ୍ଟ ଭୁବନେଶ୍ବରରେ ରହୁଥିଲେ । ସେ ବୁଧବାର ଦିନ ଦୁଇଟା ସମୟରେ କୌଣସି କାମରେ ଘରୁ କର୍ ନେଇ ବାହାରିଥିଲେ ହେଲେ ଆଉ ଘରକୁ ଫେରିନଥିଲେ । ତୁଷାର ନଦୀକୁ ଡେଇଁବା ପୂର୍ବରୁ ସେଲଫି ଉଠାଇ ଘରକୁ ପଠାଇଥିବା ସୂଚନା ମିଳିଛି ।

ଆଜି ସକାଳେ ତୁଷାରଙ୍କ କାର୍ ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ଠିଆ ହୋଇଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ବାରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ତେବେ ଅନ୍ ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ତୁଷାର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।