ବାରିପଦା – ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଇରଙ୍ଗପୁର ପୌରପାଳିକା ଗସ୍ତ କରିବା ସହ ପୌରପାଳିକା ତରଫରୁ କରାଯାଇଥିବା ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ସହ ପ୍ରଶାସନ ସହ ସମୀକ୍ଷା ବୈଠକ କରିଛନ୍ତି । ସୂଚନାଯୋଗ୍ୟ ଆଜି ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ରାଇରଙ୍ଗପୁର ଅଁଳାଡୁବା ନିକଟସ୍ଥ ସରସ୍ଵତୀ ଶିଶୁ ମନ୍ଦିର ପାଖରେ ଦିନ ୧୨ ଟା ପାଖାପାଖି ସମୟରେ ପହଞ୍ଚିଥିଲେ । ସେଠାରୁ ବିଜେପି ଦଳ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେବାସହ ବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ପାଖକୁ ପାଛୋଟି ନେଇଥିଲେ । ମନ୍ଦିରରେ ପୂଜାର୍ଚ୍ଚନା ସାରି ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ରାଇରଙ୍ଗପୁର ପୌରପାଳିକା କାର୍ଯ୍ଯାଳୟକୁ ଯାଇଥିଲେ । ସେଠାରେ ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, କାଉନସିଲର ବୃନ୍ଦ, ଭାରାପ୍ରାପ୍ତ ପୌରାଧିକାରୀ ରମେଶଚନ୍ଦ୍ର ନାୟକ,ଯନ୍ତ୍ରୀ ଇଂ ମୃତ୍ୟୁଞ୍ଜୟ ପହି ଏବଂ ପୌରକର୍ମଚାରୀ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ସେଠାରେ ମନ୍ତ୍ରୀ ପୌରପାଳିକା ତରଫରୁ କରାଯାଇଥିବା ପ୍ରକଳ୍ପ,ଅଧାପଧ୍ତାରିଆ ପ୍ରକଳ୍ପ ଏବଂ ଆଗାମୀ ଦିନରେ ନୂତନ ପ୍ରକଳ୍ପ ଉପରେ ଆଲୋଚନା ଓ ସମୀକ୍ଷା କରିବା ସହ ଶିଘ୍ର କାର୍ଯ୍ୟଗୁଡ଼ିକ ତ୍ବରାନ୍ବିତ କରି ସଂପୁର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ପରେ କଚେରୀ ର ଭେଣ୍ଡିଂ ଜୋନକୁ ପରିଦର୍ଶନ କରିଥିଲେ । ସେଠାରେ ଭେଣ୍ଡିଂ ଜୋନରେ ଶୌଚାଳୟ ଉନ୍ନତିକରଣ,ମାଛ,ମାଂସ ଦୋକାନ କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ, ଭେଣ୍ଡିଂ ଜୋନର ଦୋକାନ ପିଣ୍ଡିରେ ଛାଉଣୀ ,ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେଠାରୁ ଦୁର୍ଗାମଣ୍ଡପ ନିକଟସ୍ଥ ମାଉସୀ’ ମା ମନ୍ଦିରରେ ନାଳ ପାଣି ନିଷ୍କାସନ ବ୍ୟବସ୍ଥା, ଲିଙ୍କ ରୋଡର ନାଳ ବ୍ୟବସ୍ଥା, ଜଗନ୍ନାଥ ମନ୍ଦିର ଛକର ନାଳ ବ୍ୟବସ୍ଥା,କିଡ୍ସ ପ୍ଲେ ସ୍କୁଲ ନିକଟରେ ନାଳ ବ୍ୟବସ୍ଥା ପରିଦର୍ଶନ ସହ ଜଳ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ,ରାଜ୍ଯ ବିଜେପି ସଂପାଦକ ନବୀନ ରାମ, ଅନ୍ୟାନ୍ୟ ବିଜେପି ନେତୃବୃନ୍ଦ, ପୌରାଧ୍ୟକ୍ଷ ଅଭିଶେକ ପଟ୍ଟନାୟକ,ଉପାଧ୍ଯକ୍ଷା ମମିତା ଚୌଧୁରୀ, ଭାରାପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାଏକ,ଯନ୍ତ୍ରୀ ଇଂ ମୃତ୍ୟୁଞ୍ଜୟ ପହି,ଅନ୍ୟ କର୍ମଚାରୀ,ପିଏଚଡ଼ି ଏସଡିଓ , କନିଷ୍ଠ ଯନ୍ତ୍ରୀ,ପୂର୍ତ୍ତ ବିଭାଗ ଏସଡିଓ,ଆର ଡବ୍ଲ୍ୟୁ ଏସ ଏହାର ଏସଡିଓ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟଗୁଡ଼ିକୁ ସମସ୍ତ ବିଭାଗ ମିଳିମିଶି ତୁରନ୍ତ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ ।