Onn 3

ପାଗଳ ବିରାଡ଼ି କାମୁଡ଼ାରେ ୫ ରକ୍ତାକ୍ତ

State

ଆଗରପଡ଼ା:ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ ନରାଜପୁର ଗ୍ରାମ ଛକରେ ଯିଏ ଗଲା ତାକୁ କାମୁଡ଼ିଲା ଏକ ପାଗଳ ବିରାଡ଼ି । ଏଥିରେ ପ୍ରାୟ ୫ଜଣରୁ ଅଧିକ ପଥଚାରୀ ଆହତ ହୋଇ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭ୍ୟାକସିନ ନେଇଥିବାର ଜଣାପଡ଼ିଛି । ନରାଜପୁର ଅଙ୍ଗନବାଡ଼ି କେନ୍ଦ୍ର ସହାୟିକା ବାସନ୍ତୀ ଆଚାର୍ଯ୍ୟ,ଗୋଲକ ସୂତାର,ଗିରିଜା ଶଙ୍କର ପଣ୍ଡା,ଅନିରୁଦ୍ଧ ଶତପଥି,ଚକ୍ରଧର ପାଣିଗ୍ରାହୀ ପ୍ରମୁଖ ଆହତ ହୋଇଥିବା ଜଣାପଡ଼ିଛି ।