Onn 3

ଅଣସରପୁର ରେ କାର୍ତ୍ତିକେଶ୍ୱର ଭଷାଣୀ ଶେଷ

State

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ପଞ୍ଚାୟତ ଅଣସରପୁର ଗ୍ରାମରେ ୯ଦିନ ବ୍ୟାପୀ ଚାଲିଥିବା ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପୂଜାର୍ଚ୍ଚନା ଶେଷ ହୋଇଛି । ଏକ ଶହ ବର୍ଷର ପରମ୍ପରା ଅନୁଯାୟୀ ପ୍ରଥାଷ୍ଟମୀ ଦିନ ପୂଜାମଣ୍ଡପରେ ପ୍ରଭୂ କାର୍ତ୍ତିକେଶ୍ୱରଙ୍କୁ ପୋରୁହାଁ କରାଯିବା ସହିତ ଏଣ୍ଡୁରି ପିଠା ଭୋଗ ଲାଗି ହୋଇଥିଲା । ଏଭଳି ନିଆର ପରମ୍ପରାକୁ ଗ୍ରାମବାସୀ ବେଶ ଯାକଜମକ ରେ ପାଳନ କରିଥିଲେ ।

ପୂଜା ମଣ୍ଡପରେ ବ୍ୟାସ ଭାବେ ପଣ୍ଡିତ ଜିତେନ୍ଦ୍ର ମିଶ୍ର ସହଯୋଗୀ ବିଜୟ ମିଶ୍ର ଯଥା ରିତୀ ପୂଜାର୍ଚ୍ଚନା କରିଥିଲେ । ଏଥ୍‌ôରେ କର୍ତ୍ତା ଭାବେ ଭରତ ପାତ୍ର କାର୍ଯ୍ୟ ତୁଲାଇଥିଲେ । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ବିରାଟ ଭସାଣୀ ଶୋଭାଯାତ୍ରାରେ କାର୍ତ୍ତିକେଶ୍ୱର ମେଢଙ୍କୁ ନିଆଯାଇ କେନ୍ଦ୍ରାପଡ଼ା କେନାଲରେ ବିସର୍ଜନ କରାଯାଇଥିଲା ।