Onn 3

ସଂଜୀବନୀ ସେବା ଫାଉଣ୍ଡେସନ ପକ୍ଷରୁ “ଦରିଦ୍ରର ବନ୍ଧୁ ଗୋପବନ୍ଧୁ” ପୁସ୍ତକ ବଣ୍ଟନ

State

ନିଶ୍ଚିନ୍ତକୋଇଲି: ସଂଜୀବନୀ ସେବା ଫାଉଣ୍ଡେସନ ପକ୍ଷରୁ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କର କୀର୍ତ୍ତି ଓ କୃତି କୁ ବିଦ୍ୟାଳୟ ସ୍ତରରୁ ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରାଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମୂଲ୍ୟବାନ ଉପଦେଶ ପ୍ରଦାନ କରାଯାଇଛି । ଏହି ଅବସରରେ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀମାନଙ୍କୁ ଦରିଦ୍ରର ବନ୍ଧୁ ଗୋପବନ୍ଧୁ ପୁସ୍ତକ ଓ ବିସ୍କୁଟ ପ୍ୟାକେଟ୍ ବଣ୍ଟନ କରାଯାଇଛି ।

ଫାଉଣ୍ଡେସନ ର ସଭାପତି ସୌମ୍ୟରଂଜନ ଭୂୟାଁଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ଜନମଙ୍ଗଳର ସଭାପତି ପରିବେଶବିତ୍ ପ୍ରମୋଦ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ସମାଜସେବିକା ଶୁଭଶ୍ରୀ ମହାପାତ୍ର, ଡ଼ାକ୍ତର ଅସିତ୍ କୁମାର ଲେଙ୍କା, ସାମ୍ବାଦିକ ସୁବାଶିଷ ବସନ୍ତରାୟ, ସାମ୍ବାଦିକ ଅସିତ୍ ସାମଲ, ଶିକ୍ଷକ ସୁବ୍ରତ ବେହେରା, ପ୍ରଶାନ୍ତ ମହାରଣା, ସଂଯୁକ୍ତା ବେହେରା, ସରୋଜ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁଙ୍କ ଦରିଦ୍ର ନାରାୟଣ ସେବା ଏବଂ ଦେଶ ମାତୃକା ପ୍ରତି କରିଯାଇଥିବା ଉଲ୍ଲେଖନୀୟ ଅବଦାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଯୁବ ସମାଜସେବୀ ବିକ୍ରମକେଶରୀ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।