Onn 3

ପୂର୍ବତନ ସରପଞ୍ଚ ଷ୍ଟାଲିନ ରାଉତଙ୍କ ସ୍ମୃତିଚାରଣ ସଭା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମିତିସଭ୍ୟ ,ସଫଳ ଚାଷୀ ,ସମାଜସେବୀ ସ୍ୱର୍ଗତ ଷ୍ଟାଲିନ ରାଉତଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେପି ନେତା ମୀନକେତନ ଦାସଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସ୍ତରୀୟ ନେତା ବିଜୟ ମହାପାତ୍ର ଯୋଗ ଦେଇ ସ୍ୱର୍ଗତ ରାଉତଙ୍କ ର ସମାଜସେବା ଏବଂ ଚାଷୀ ମୂଲିଆଙ୍କ ହକ ପାଇଁ ବିଭିନ୍ନ ମହଲରେ କରୁଥିବା ଲଢେଇ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ଏଥ୍‌ôରେ ମୁଖ୍ୟବକ୍ତା ଭାବେ ମାହାଙ୍ଗା ବିଜେପି ନେତା ତଥା ଦକ୍ଷ ସଂଗଠକ ଚୌଧୁରୀ ପ୍ରଭାତକେଶରୀ ମିଶ୍ର ଯୋଗ ଦେଇ ସ୍ୱର୍ଗତ ରାଉତଙ୍କ ରାଜନୀତି କ୍ଷେତ୍ରରେ ରହିଥିବା ବିଚକ୍ଷଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରି ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ । ଏଥ୍‌ôରେ ସମ୍ମାନୀତ ଅତିଥି ଭାବେ ବିଜେପି ନେତା ପ୍ରଫୁଲ୍ଲ କୁମାର ମହାପାତ୍ର, ସୁବାଷ ଦାସ, ବାପୁ ଭୂୟାଁ,ଅଶୋକ ସାହୁ,ଜଗବନ୍ଧୁ ସ୍ୱାଇଁ,ସୁକାନ୍ତ ଦାସ, ପ୍ରମୋଦ ବାରିକ,ମନୋଜ ବେହେରା,ଶଙ୍କର୍ଷଣ ସ୍ୱାଇଁ , ପୁତ୍ର ଶକ୍ତିପ୍ରସାଦ ରାଉତ ଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ଶେଷରେ ପୁତୁରା କାଦଲ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।