Img 20240612 Wa0156

ଓଡିଶା କ୍ୟାଡର IAS ଶିକ୍ଷାନବୀଶଙ୍କ ମୟୂରଭଞ୍ଜ ଜିଲ୍ଲାରେ ପ୍ରଶାସନିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

State

ବାରିପଦା:  ଭାରତୀୟ ପ୍ରଶାସନିକ ସେବାରେ ନୂତନ ଭାବେ ଯୋଗ ଦେଇଥିବା ଓଡିଶା କ୍ୟାଡର ଶିକ୍ଷାନବୀଶ, ସୁଶ୍ରୀ ଆଶନୀ ଏ ଏଲ ମୟୂରଭଞ୍ଜ ଜିଲ୍ଲାରେ ନିଜର ପ୍ରଶାସନିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେଙ୍କ ନିର୍ଦ୍ଦେଶରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟାଳୟର ସମସ୍ତ କାର୍ଯ୍ୟାଳୟରେ ହେବାକୁ ଥିବା ବେଳେ ମଙ୍ଗଳବାର ଦିନ ରାଜସ୍ବ କାର୍ଯ୍ୟାଳୟ ଏବଂ ବୁଧବାର ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ନିଜର ପ୍ରଶିକ୍ଷଣ କାର୍ଯ୍ୟ ସମାପ୍ତ କରିଛନ୍ତି । ଜିଲ୍ଲାରେ ଗଣମାଧ୍ୟମର ପ୍ରକୃତ ଉପଯୋଗିତା ଏବଂ ଜନସମ୍ପର୍କରେ କାର୍ଯ୍ୟାଳୟର କର୍ତ୍ତବ୍ୟ ବିଷୟରେ ବୁଝି ଏହାର କାର୍ଯ୍ୟକାରିତାକୁ ନେଇ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ସହିତ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିବା ସହିତ ଏହାକୁ କିପରି ଆହୁରି ଜନାଭିମୁଖୀ କରିହେବ ସେ ବିଷୟରେ ପଦକ୍ଷେପ ନେବାପାଇଁ ସେ ମତ ଦେଇଥିଲେ ।

ଏହି ପ୍ରଶିକ୍ଷଣ ସମୟ ଗୁଡିକ ତାଙ୍କ ଆଗାମୀ କାର୍ଯ୍ୟଭାର ଉପରେ ଅନେକ ଗୁରୁତ୍ୱ ରହିବ ବୋଲି ସେ ନିଜ ମନ୍ତବ୍ୟରେ କହିଥିବା ବେଳେ, ଲୋକସମ୍ପର୍କର ଆଭିମୁଖ୍ୟ ତାଙ୍କ ପ୍ରଶାସନିକ କାର୍ଯ୍ୟରେ ପ୍ରମୁଖ ଅବଦାନ ଗ୍ରହଣ କରିବବୋଲି ସେ କହିଥିଲେ। ଜିଲ୍ଲାପାଳଙ୍କ ପରାମର୍ଶରେ ଜିଲ୍ଲା ମୁଖ୍ୟାଳୟରେ ଥିବା ପାଠାଗାରର ନବୀକରଣ ଏବଂ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଉପଯୁକ୍ତ ପଠ୍ୟଲୋଚନା ପାଇଁ ପ୍ରଶାସନ କାର୍ଯ୍ୟ କରିବା ନେଇ ପଦକ୍ଷେପ ନେବେ ବୋଲି କହିଥିଲେ। ଚଳଚ୍ଚିତ୍ର, ପୁସ୍ତକ ଆଦିରେ ରୁଚି ରଖୁ ଥିବା ସୁଶ୍ରୀ ଆଶନୀ ଆଗାମୀ ଦିନ ଗୁଡିକରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ଶେଷ କରି ପ୍ରଶାସନିକ ଦାୟିତ୍ୱ ନେବା ସହିତ ଏକ ଦକ୍ଷ ଅଧିକାରୀ ହେବାର ଆଶା ପୋଷଣ କରିଛନ୍ତି।