ବାରିପଦା: ମୟୂରଭଞ୍ଜ ପ୍ରଶାସନ ଦ୍ୱାରା ବାରିପଦାର ଛଉ ପଡିଆ ଠାରେ ସୋମବାର ଦିନ ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳା ଦ୍ଵିତୀୟ ସନ୍ଧ୍ୟା ଅତୀବ ଆକର୍ଷଣୀୟ ଏବଂ ମନୋରଞ୍ଜକ ହୋଇ ପାରିଛି। ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶ ମେଳାର ଏହି ଦୁଇ ଦିନ ବ୍ୟାପି ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ଯୋଗ ଦେଇ ଉପସ୍ଥିତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ଦର୍ଶକ ଗଣ ତାଙ୍କର ସୁପ୍ରସିଦ୍ଧି ପାଇ ଥିବା “ଉଠ କଙ୍କାଳ” ଗୀତରେ ଅମୋଦିତ ହୋଇଥିଲେ। ଏଥି ସହିତ ବାରିପଦାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଖୁବ ସୁନ୍ଦର ପାରମ୍ପରିକ ଏବଂ ଆଞ୍ଚଳିକ ନୃତ୍ୟ ପ୍ରଦର୍ଶନ କରି ସମସ୍ତ ଦର୍ଶକଙ୍କ ମନ ଜିଣି ପାରିଥିଲେ। ସୂଚନା ଥାଉକି, ଆସନ୍ତା କାଲି ଅର୍ଥାତ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଯାପନୀ ସମାରୋହରେ ଅନୁଷ୍ଠିତ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ବାରିପଦା ଆସୁଛନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ, ଚିରାଗଦୀପ ପଣ୍ଡା, ବୈଭବ ପୃଷ୍ଟି, ଶୀତଳ କବି, ସିମରନ ଦାସ ଓ ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ। ଏହି କାର୍ଯ୍ୟକ୍ରମକୁ ଏବଂ ବିକାଶ ମେଳାକୁ ସମସ୍ତ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛନ୍ତି।