Img 20240916 Wa0220

ସାନ୍ତାଳୀ ଉଇକି ଆଞ୍ଚଳିକ ସମ୍ମିଳନୀ: ଉଇକିମିଡିଆ ପ୍ଲାଟଫର୍ମରେ ସାନ୍ତାଳୀ ଭାଷାର ଭବିଷ୍ୟତ ନିର୍ମାଣ ପାଇଁ ନୂଆ ମାର୍ଗ ରୂପାୟନ

State

ବାରିପଦା – ତିନିଦିନ ଧରି ଚାଲିଥିବା ପ୍ରଥମ ସାନ୍ତାଳୀ ଉଇକି ଆଞ୍ଚଳିକ ସମ୍ମିଳନୀ ଆଜି କୋଲକାତାର ହାୟତ ସେଣ୍ଟ୍ରିକ ହୋଟେଲର ସମ୍ମଳନୀରେ ସମାପ୍ତ ହୋଇଛି, ଏହି ସମ୍ମିଳନୀ ଓ୍ୱିକି ପ୍ଲାଟଫର୍ମରେ ସାନ୍ତାଳୀ ଭାଷାର ଭବିଷ୍ୟତ ନିର୍ମାଣ ପାଇଁ ଉଇକିମିଡିଆ ଆନ୍ଦୋଳନ ପାଇଁ ଏକ ଦୃଢ ଭିତ୍ତିଭୂମି ତିଆରି କରିବ ବୋଲି କୁହାଯାଉଛି |

“ଏକତା, ସଶକ୍ତିକରଣ, ଜ୍ଞାନ: ସମାଜ ସମନ୍ବୟ ” ଏଭଳି ବିଷୟବସ୍ତୁକୁ ଧ୍ୟାନରେ ରଖି ଏହି ସମ୍ମିଳନୀ ଓ୍ବିକିମିଡିଆନ୍ସ ଅଫ ସାନ୍ତାଳୀ ଲାଙ୍ଗୁଏଜ ୟୁଜର ଗ୍ରୁପ ଓ ସେନ୍ଟର୍ ଫର୍ ଇଣ୍ଟରନେଟ ଆଣ୍ଡ ସୋସାଇଟି – ଆକ୍ସେସ ଟୁ ନଲେଜ (CIS-A2K) ମିଳିତ ଭାବେ ଆୟୋଜନ କରିଥିଲେ। ଏହା ଦକ୍ଷିଣ ଏସିଆ ଓ ଅନ୍ୟାନ୍ୟ ଅଞ୍ଚଳରୁ ସାନ୍ତାଳୀ ଭାଷାକାରୀ, ସମ୍ପାଦକ ଏବଂ ଡିଜିଟାଲ କାର୍ଯ୍ୟକର୍ତ୍ତାଙ୍କୁ ଏକଠି କରିଥିଲା।

ତିନିଦିନଧରି ହେଇଥିବା ଏହି ସମ୍ମିଳନୀରେ ଅଂଶଗ୍ରହଣକାରୀ ମାନେ ସାନ୍ତାଳୀ ଭାଷାର ବିଭିନ୍ନ ବିଷୟବସ୍ତୁ ଏବଂ ତଥ୍ୟକୁ ଉଇକିମିଡିଆ ପ୍ଲାଟଫର୍ମରେ କିପରି ଉନ୍ନତ କରାଯାଇପାରିବ, ବିଭିନ୍ ଓ୍ୱିକି ସମୁଦାୟ ମଧ୍ୟରେ ସହଯୋଗକୁ କିପରି ମଜବୁତ କରାଯାଇପାରିବ ଏବଂ ଡିଜିଟାଲ ସମୁଦାୟର ସଶକ୍ତିକରଣ କିପରି ହେବ ତଥା ସାନ୍ତାଳୀ ଓ୍ବିକି ସମୁଦାୟର ଆହ୍ବାନ, ଆବଶ୍ୟକତା ଓ ଭବିଷ୍ୟତ ନେଇ ଚର୍ଚ୍ଚା କରାଯାଇଥିଲା। ସମ୍ମିଳନୀର ଅନ୍ୟ ଏକ ଲକ୍ଷ୍ୟ ହେଉଛି ସାନ୍ତାଳୀ ଭାଷା ଓ ସଂସ୍କୃତିର ଡିଜିଟାଲ କରଣ ପାଇଁ ମଞ୍ଚ ପ୍ରଶସ୍ତ କରିବା , ଆଧୁନିକ କୌଶଳ ମାନ କିଭଳି ବିନିଯୋଗ କରାଯିବ ଏହାକୁ ନେଇ ବିଷଦ ଆଲୋଚନା କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ବ CIS-A2K ର ନିର୍ଦ୍ଦେଶକ ତନ୍ବୀର ହସାନ, ପ୍ରୋଗ୍ରାମ ଅଫିସର୍ ନିତେଶ ଗିଲ୍, ଏବଂ ସୁବୋଧ କୁଳକର୍ଣୀ ଉପସ୍ଥିତ ଥିଲେ।

ପଶ୍ଚିମବଙ୍ଗ ଉଇକିମିଡିଆନ୍ସ ୟୁଜର୍ ଗ୍ରୁପର ସଦସ୍ୟ ବୋଧିସତ୍ବ ଓ ଅନନ୍ୟା ମଣ୍ଡଳ, ଏବଂ ଆସାମୀୟ ଉଇକିପିଡିଆର ନୟନ ଜ୍ୟୋତି ନାଥ ଓ ପ୍ରଣମିକା ଅଧିକାରୀ ସାନ୍ତାଳୀ ସମୁଦାୟ ସହିତ ତାଙ୍କ ଅନୁଭବ ଅଦାନପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବରେ ବିଶ୍ଵ ଭାରତୀ ଶାନ୍ତି ନିକେତନର ସାନ୍ତାଳୀ ବିଭାଗର ପ୍ରଧ୍ୟାପକ ଡା. ରାମୁ ହେମ୍ବ୍ରମ, ଯାଦବପୁର ବିଶ୍ୱବିଦ୍ୟାଳୟର ଡା. ରାହି ସୋରେନ, ଏବଂ IIIT ହାଇଦ୍ରାବାଦର ପ୍ରୋଗ୍ରାମ ମ୍ୟାନେଜର୍ କୃପାଲ କାଶ୍ୟପ ଯୋଗ ଦେଇଥିଲେ |

ସାନ୍ତାଳୀ ଓ୍ବିକି ସମୁଦାୟ ପକ୍ଷରୁ ଉଇକିମିଡିଆନ୍ ଆର୍ ଅଶ୍ୱନୀ ବଞ୍ଜନ ମୁର୍ମୁ, ରମଜିତ ଟୁଡୁ , ଶକୁନ୍ତଳା ମାର୍ଣ୍ଣି ଓ ବୋଦି ବାସ୍କି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |