Oabu

ଚାରିଗାଁରେ ବର୍ଷାପାଣି ଘରେ ପଶିଲା

State

ଆଗରପଡ଼ା :ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବନ୍ତ ବ୍ଳକ ଚାରିଗାଁ ପଂଚାୟତ ଅନ୍ତର୍ଗତ ଚାରିଗାଁରେ ବର୍ଷାପାଣି ନିଷ୍କାସିତ ହୋଇ ନପାରି ଘରେ ପଶି ଯାଇଥିବା ଜଣାପଡ଼ିଛି । ଉକ୍ତ ଗ୍ରାମର ବଣିଆସାହୀ ଠାରୁ ଉପରସାହୀ ପର୍ଯ୍ୟନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ନଥିବାରୁ ନିଶାକର ସାହୁ,ମିଟ ଭୂୟାଁ ପ୍ରମୁଖଙ୍କ ଘରେ ପାଣି ପଶି ଯାଇଛି । ପରିବାର ଲୋକେ ରାତି ଅନିଦ୍ରା ହୋଇ ପାଣିକୁ ବାହାର କରିବା ପାଇଁ ଚେଷ୍ଟା କରୁଥିଲେ ସୁଦ୍ଧା କିଛି ଫଳପ୍ରଦ ହୋଇପାରିନାହିଁ । ଗାଁର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହି ଲହଡ଼ି ଭାଙ୍ଗୁଛି । ଯଦ୍ୱାରା ଏହି ରାସ୍ତା ଦେଇ ଲୋକମାନେ ଚଳାଚଳ କରିବାରେ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ଡ଼େଙ୍ଗୁ କାୟା ବିସ୍ତାର କରୁଥବବା ବେଳେ ଏହି ଅଂଚଳ ଡ଼େଙ୍ଗୁର ଉତ୍ପତ୍ତିସ୍ଥଳ ପାଲଟିଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।