ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଝଟକା । ଆଖି ବୁଜିଲା ୯ ମାସର ସିଂହ ଶାବକ । ୯ ମାସ ତଳେ ୫ଟି ସିଂହ ଶାବକକୁ ଜନ୍ମ ଦେଇଥିଲା ସିଂହୀ ବିଜଲୀ । ତେବେ ଗତ କିଛି ଦିନ ହେବ ୫ ସିଂହ ଶାବକ ଅସୁସ୍ଥ ହୋଇପଡିଥିଲେ । ସେଥିମଧ୍ୟରୁ ଆଜି ଏକ ସିଂହ ଶାବକର ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନି । ଆଜି ଓୟୁଏଟିର ଏକ ଟିମ୍ ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ।
