Onn 3

ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ

Crime State

ଖୋର୍ଦ୍ଧା: ରାସ୍ତା କଡ ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ଏହି ଚାଞ୍ଚଲ୍ଯକର ଘଟଣା ଦେଖିବାକୁ ମିଳିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡ ଅଳିଆ ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାଣପୁର ଗାଲୁଆ ଛକ ନିକଟରେ ଏହି ଘଟଣା ଘଟିଛି । ମୃତ ମହିଳାଙ୍କ ବାମ ପଟ ବେକରେ ଗଭୀର କ୍ଷତ ଥିବାର ଦେଖାଯାଇଛି ।

ଏଭଳି ଜନଗହଳିପୂର୍ଣ୍ଣ ରାସ୍ତା ପାର୍ଶ୍ୱକୁ ଜଣେ ମହିଳାଙ୍କ ମୃତଦେହ କିଭଳି ଆସିଲା ତାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଭିତରେ ନାନା ଆଶଙ୍କା ପ୍ରକାଶ ପାଇଛି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛ।