Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଟ୍ରେନ୍‌ ଦୁର୍ଘଟଣାରେ ମୃତଙ୍କ ନିମିତ୍ତ ଶୋକସଭା

State

ବାରିପଦା: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବାହାନଗାଠାରେ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ପରିବାରଙ୍କୁ ସମବେଦନା ଜଣାଇ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ସଦ୍‌ଗତି ନିମିତ୍ତ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ପ୍ରଫେସର ହୃଦୟନାଥ ଥାଟୋଇ, ସଂପାଦକ ଡ. ଇନ୍ଦ୍ରଜିତ ନାଏକ, ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ, ବିଶ୍ୱବିଦ୍ୟାଳୟ କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ସୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରି ଆଦି ଆଲୋଚନାରେ ଭାଗନେଇଥିଲେ । ବିଶ୍ୱବିଦ୍ୟାଳୟର ବହୁ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ମାନେ ଏଥିରେ ଯୋଗଦାନ କରି ଆହତମାନଙ୍କର ଆଶୁ ଆରୋଗ୍ୟ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।