Onn 3

ସୂଚନା ଅଧିକାର ଆଇନକୁ ଉଲ୍ଲଂଘନ, ବ୍ଲକ ଶିକ୍ଷାଧିକାରୀଙ୍କୁ ରାଜ୍ୟ ସୂଚନା ଆୟୋଗଙ୍କ ନୋଟିସ

State

ଆଗରପଡ଼ା :ଜନୈକ ସୂଚନା ଅଧିକାର କର୍ମୀ ସୂଚନା ଅଧିକାର ଆଇନ ବଳରେ ବ୍ଲକ ଶିକ୍ଷାଧିକାରୀଙ୍କୁ ସୂଚନା ମାଗିଥିଲେ ସୁଦ୍ଧା ନିର୍ଦ୍ଦାରିତ ସମୟରେ ତାଙ୍କୁ କୌଣସି ସୂଚନା ପ୍ରଦାନ କରାନଯିବାରୁ ରାଜ୍ୟ ସୂଚନା ଆୟୋଗ ବ୍ଲକ ଶିକ୍ଷାଧିକାରୀଙ୍କ ନୋଟିସ ଜାରୀ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ସୂଚନା ଅଧିକାର କର୍ମୀ ବିକାଶ ଧଳ ଗତ ବର୍ଷ ୨୦୨୧ ଫେବୃଆରୀ ୨୨ ତାରିଖରେ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧ୍‌ôନ ଶିଆଳିଆ ନୋଡ଼ାଲ ସ୍ଖୁଲରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତି ସମ୍ବନ୍ଧିୟ ସମସ୍ତ ତଥ୍ୟ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ବଳରେ ମାଗିଥିଲେ । ସେ ନିର୍ଦ୍ଦାରିତ ସମୟ ମଧ୍ୟରେ ସୂଚନା ପ୍ରଦାନ ନ କରିବାରୁ ଶ୍ରୀ ଧଳ ପ୍ରଥମ ଅପିଲ ଆବେଦନ ବର୍ଷ ୨୦୨୧ ମାର୍ଚ୍ଚ ମାସ ୩୦ ତାରିଖରେ କରିଥିଲେ ।

ପ୍ରଥମ ଅପିଲ ଅଥରିଟି (ବ୍ଲକ ଶିକ୍ଷାଧିକାରୀ)ଙ୍କ ପକ୍ଷରୁ ନିର୍ଦ୍ଧାରିତ ସମୟରେ ସେ ମାଗିଥିବା ତଥ୍ୟ ପ୍ରଦାନ କରାନଯିବାରୁ ଶ୍ରୀ ଧଳ ପରବର୍ତ୍ତୀ ସମୟରେ ରାଜ୍ୟ ସୂଚନା ଆଯୋଗ(୨ୟ ଅପିଲ ଅଥରିଟି)ଙ୍କ ଠାରେ ବର୍ଷ ୨୦୨୧ ଜୁନ ମାସ ୧୨ ତାରିଖରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ଆୟୋଗ ପ୍ରଥମ ଅପିଲ ଅଥରିଟି (ବ୍ଲକ ଶିକ୍ଷାଧିକାରୀ)ଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଣ ଦେଇଥିଲେ । ନିର୍ଦ୍ଦେଶ ପାଇବା ପରେ ଗତ ୭ ତାରିଖରେ ବ୍ଳକ ଅତିରିକ୍ତ ଶିକ୍ଷାଧିକାରୀ ଓ ଏସ.ଓ ଆୟୋଗଙ୍କ ନିକଟରେ ଉପସ୍ଥିତ ରହି ତାଙ୍କ ପକ୍ଷ ରଖି ଥିଲେ ସୁଦ୍ଧା ଅଭିଯୋଗ ଉପରେ ବିଚାର କରି ଏହାର ଶୁଣାଣି ପାଇଁ ଆସନ୍ତା ଫେବୃଆରୀ ମାସ ୬ ତାରିଖକୁ ଧାର୍ଯ୍ୟ କରାଯାଇଥିବାରୁ ଉକ୍ତ ଦିବସରେ ଆୟୋଗଙ୍କ କାର୍ଯ୍ୟାଳୟରେ ବ୍ଳକ ଶିକ୍ଷାଧିକାରୀ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିବା କାର୍ଯ୍ୟାଳୟ ଚିଠି ନଂ ୭୨୭୭୭/୧୯.୧୨.୨୦୨୩ରୁ ସୂଚନା ମିଳିଛି ।