Onn 3

ସୂଚନା ଅଧିକାର ଆଇନକୁ ଉଲ୍ଲଂଘନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ରାଜ୍ୟ ସୂଚନା ଆୟୋଗଙ୍କ ନୋଟିସ

State

ଆଗରପଡ଼ା :ଜନୈକ ସୂଚନା ଅଧିକାର କର୍ମୀ ସୂଚନା ଅଧିକାର ଆଇନ ବଳରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସୂଚନା ମାଗିଥିଲେ ସୁଦ୍ଧା ନିର୍ଦ୍ଦାରିତ ସମୟରେ ତାଙ୍କୁ ସଠିକ୍ ସୂଚନା ପ୍ରଦାନ କରାନଯିବାରୁ ରାଜ୍ୟ ସୂଚନା ଆୟୋଗ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ସୂଚନା ଅଧିକାର କର୍ମୀ ବିକାଶ ଧଳ ଗତ ବର୍ଷ ୨୦୨୧ ମାର୍ଚ୍ଚ ୫ ତାରିଖରେ ବ୍ଲକ ଗ୍ରାଷ୍ଟ ଓ ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ନିଯୁକ୍ତି ସମ୍ବନ୍ଧିୟ ସମସ୍ତ ତଥ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ବଳରେ ମାଗିଥିଲେ । ସେ ନିର୍ଦ୍ଦାରିତ ସମୟ ମଧ୍ୟରେ ସୂଚନା ପ୍ରଦାନ ନ କରିବାରୁ ଶ୍ରୀ ଧଳ ପ୍ରଥମ ଅପିଲ ଆବେଦନ ବର୍ଷ ୨୦୨୧ ଏପ୍ରିଲ ମାସ ୧୧ ତାରିଖରେ କରିଥିଲେ । ପ୍ରଥମ ଅପିଲ ଅଥରିଟି (ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ)ଙ୍କ ପକ୍ଷରୁ ନିର୍ଦ୍ଧାରିତ ସମୟରେ କୌଣସି ସୂଚନା ନମିଳିବାରୁ ଶ୍ରୀ ଧଳ ପରବର୍ତ୍ତୀ ସମୟରେ ରାଜ୍ୟ ସୂଚନା ଆଯୋଗ(୨ୟ ଅପିଲ ଅଥରିଟି)ଙ୍କ ଠାରେ ବର୍ଷ ୨୦୨୧ ଜୁନ ମାସ ୧୨ ତାରିଖରେ ଅଭିଯୋଗ କରିଥିଲେ ।

ତାଙ୍କ ଅଭିଯୋଗକୁ ଗ୍ରହଣ କରି ଆୟୋଗ ପ୍ରଥମ ଅପିଲ ଅଥରିଟି (ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ)ଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଣ ଦେଇଥିଲେ । ନିର୍ଦ୍ଦେଶ ପାଇବା ପରେ ଗତ ୭ ତାରିଖରେ ପ୍ରଥମ ଅପିଲ ଅଥରିଟି (ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ)ତାଙ୍କ ପକ୍ଷ ରଖି ଥିଲେ ସୁଦ୍ଧା ନିର୍ଦ୍ଦାରିତ ସମୟ ମଧ୍ୟରେ କେଉଁ କାରଣରୁ ଜନସୂଚନା ଅଧିକାରୀ ସୂଚନା ପ୍ରଦାନ କରିନଥିଲେ ଏବଂ କଣ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାନଯିବ ତାର ଉତ୍ତର ଆସନ୍ତା ଫେବୃଆରୀ ମାସ ୬ ତାରିଖରେ ଆୟୋଗଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା କାର୍ଯ୍ୟାଳୟ ଚିଠି ନଂ ୭୨୭୮୭/୧୯.୧୨.୨୦୨୩ରୁ ସୂଚନା ମିଳିଛି ।