Onn 3

ପ୍ରଦର୍ଶିତ ନାଟକ ବିରୋଧରେ ଥାନାରେ ଅଭିଯୋଗ

State

ଆଗରପଡ଼ା :ଗତ ୨୨ ତାରିଖରେ ଆଗରପଡ଼ା କଲେଜରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଏକ ନାଟକକୁ ବିରୋଧ କରି ବିଜେପି ମହତାବ ମଣ୍ଡଳ(ଆଗରପଡ଼ା)ର ସଭାପତି ଓ କର୍ମକର୍ତ୍ତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବାର ଜଣାପଡ଼ିଛି । ଏହି ନାଟକରେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କୁ ଉପହାସ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ତେଣୁ ଏଥିରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି ।

ଦାବି ଉପସ୍ଥାପନା ବେଳେ ସଭାପତି ଶିବାନନ୍ଦ ଦାଶ ଅଧିକାରୀଙ୍କ ସମେତ ଗୋପାଳ କୃଷ୍ଣ ଦାଶ ,ଅଶୋକ ପରିଡ଼ା, ଅମୂଲ୍ୟ ରତ୍ନ ନନ୍ଦ, ବାବୁରାମ ବେହେରା, ତପନ ପୃଷ୍ଟି, ଭରତ ପାଢୀ, ମଦନ ମୋହନ ଦାଶ, ସୁବାସ ଚନ୍ଦ୍ର ସାହୁ ଓ ଦିଲ୍ଲିପ ଦାସ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅପରପକ୍ଷରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଂପାଦକ ବସନ୍ତ କୁମାର ରାଉତ ଉକ୍ତ ନାଟକ ବିରୋଧରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି ।