Img 20241021 Wa0278

ଭଞ୍ଜସେନା ପକ୍ଷରୁ ଜିଲ୍ଲାର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ମହାମୋହିମା ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ନିବେଦନ ପତ୍ର ପ୍ରଦାନ

State

ବାରିପଦା:  ଆଜି ମୟୁରଭଞ୍ଜ ର ଏକମାତ୍ରେ ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଆଗାମୀ ୨୩ ତାରିଖ ବୁଧୁବାର ଦିନ ମୟୁରଭଞ୍ଜ ର ସୁକନ୍ୟା ତଥା ଭାରତବର୍ଷ ର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜ ମାଟିକୁ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଅଛି, ଉକ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହିତ ମୟୁରଭଞ୍ଜ ର ଆଉ ପ୍ରମୁଖ ସମସ୍ୟା ଗୁଡିକ ବାବଦରେ ସଂଗଠନ ତରଫରୁ ଏକ ପ୍ରତିନିଧି ଦଳ ପ୍ରମୁଖ ଦାବୀ ସମ୍ବଳିତ ନିବେଦନ ପତ୍ର ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କ ଉଦ୍ୟେଶରେ ପ୍ରଦାନ କରିଛନ୍ତି | ଭଞ୍ଜସେନା ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ ଙ୍କ ନେତୃତ୍ୱରେ ଜିଲ୍ଲା ସଂଯୋଜକ ସାମନ୍ତ ଶେଖର ପାଲ, ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି,ସନାତନ ସାହୁ, ରାହୁଲ ଗିରି, ମୁଖପାତ୍ର ମାନସ ବେହେରା ପ୍ରମୁଖ ଉକ୍ତ ପ୍ରତିନିଧି ଦଳରେ ସାମିଲ ଥିଲେ | ଚଳିତ ଅକ୍ଟୋବର ମାସ ୨୩ ତାରିଖ ବୁଧୁବାର ଦିନ ଆପଣଙ୍କ ଦ୍ୱାରା ଲୋକାର୍ପିତ ହେବାକୁ ଯାଉଥିବା ୩ଟି ନୂତନ ରେଳପ୍ରକଳ୍ପ, ଦାଣ୍ଡବୋଷ ଏୟାରଷ୍ଟ୍ରିପର ପୁନଃରୁଦ୍ଧାର ସହିତ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଆମେ ହୃଦୟରୁ ସ୍ୱାଗତ କରୁଛୁ । ଉକ୍ତ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେବାପାଇଁ ଭଞ୍ଜସେନା ପକ୍ଷରୁ ଦୀର୍ଘବର୍ଷ ଧରି ଆନ୍ଦୋଳନ କରିଆସୁଛୁ । ଆଉ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ ହୋଇ ଲୋକାର୍ପିତ ହେଲେ ମୟୂରଭଞ୍ଜ ଜିଲ୍ଲାର ବହୁ ମାତ୍ରାରେ ବିକାଶ ହୋଇପାରିବ, ସେଥିପାଇଁ ସଂଗଠନ ପକ୍ଷରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ | ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଯେଉଁ ସମସ୍ୟା ଗୁଡିକ ସାଧାରଣ ଜନତାଙ୍କୁ ପ୍ରତ୍ୟେକ ଦିନ ବିଚଳିତ କରିବା ସହିତ ଦୀର୍ଘ ଦିନରୁ ଦାବି କରିଆସୁଛୁ ଦୟାକରି ସେଗୁଡିକର ଯଦି ଆପଣଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ସ୍ଥାୟୀ ସମାଧାନ ନିମନ୍ତେ ଆଦେଶ ଦିଅନ୍ତେ ତେବେ ମୟୂରଭଞ୍ଜବାସୀ ଚିର ଉପକୃତ ହୋଇପାରିଥାନ୍ତେ |

ସମସ୍ୟା ଗୁଡିକ ମଧ୍ୟରେ
୧ /ମରଣଯନ୍ତା ପାଲଟିଥିବା ଦ୍ୱାରଶୁଣୀ ଘାଟୀରେ ସାଧାରଣ ଜନତାଙ୍କୁ ସୁରକ୍ଷା ପ୍ରଦାନ ସହିତ ତୁରନ୍ତ ସମ୍ପ୍ରସାରଣ କାର୍ଯ୍ୟ ଘୋଷଣା |
୨ /ମୟୂରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ସେବାରେ ସମ୍ପୂର୍ଣ ସୁଧାର |
୩ / ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ରୂପେ ଗଢ଼ିତୋଳିବା ସହିତ ମୟୂରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଥିବା ଶିକ୍ଷା ସେବାରେ ସୁଧାର |
୪/ପୂର୍ବେ ଶିମିଳିପାଳରୁ ବାହାରିଥିବା ଜଳ ଧାରଣା କ୍ଷମତା ସମ୍ପନ୍ନ ଚିରସ୍ରୋତା ନଦୀ ଗୁଡିକର ପୁନଃରୁଦ୍ଧାର ଯାହାକି ପରିବେଶ ସନ୍ତୁଳନ ରକ୍ଷାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ ।
୫ /ବେକାରୀ ସମସ୍ୟାରେ ଜର୍ଜରିତ, ଶିଳ୍ପ ବିହୀନ ତଥା ଅବହେଳା ଅବସ୍ଥାରେ ପଡିରହିଥିବା ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ଆମ ମୟୂରଭଞ୍ଜରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ନିଯୁକ୍ତି ସୁଯୋଗ ଓ ଆତ୍ମନିର୍ଭରଶୀଳ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା ।
୬ /ଜିଲ୍ଲାରେ ବାକି ରହିଥିବା କପ୍ତିପଦା ଉପଖଣ୍ଡକୁ ରେଳସଂଯୋଗ
୭ /ଦୀର୍ଘ ବର୍ଷରୁ ଅବହେଳିତ ହୋଇ ପଡିରହିଥିବା ତଥା ବହୁବାର କାର୍ଯ୍ୟକ୍ଷମ ହେବା ପାଇଁ ଘୋଷଣା ହୋଇଆସୁଥିବା ଅମର୍ଦା ଏୟାରଷ୍ଟ୍ରିପକୁ ପୁନଃ କାର୍ଯ୍ୟକ୍ଷମ ଇତ୍ୟାଦି ସହିତ ଅନ୍ୟାନ୍ୟ ପ୍ରମୁଖ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଘୋଷଣା କରିବା ଆଦି ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ କରିବାକୁ ଭଞ୍ଜସେନା ପକ୍ଷରୁ ବିନମ୍ର ନିବେଦନ କରାଯାଇଛି |