Onn 3

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ବିକ୍ରମ ରାଉତ ପଦକ ଜିଣି ସର୍ବ ଭାରତୀୟ ସ୍ତରରେ ଚାମ୍ପିୟାନ

State

ବାରିପଦା: ଚେନ୍ନାଇ ରେ ଅନୁଷ୍ଠିତ ଜାତୀୟ ସ୍ତରର ପ୍ରାକୃତିକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ବାରିପଦା ର ୱାର୍ଡ ନମ୍ବର 23, ତକତପୁର ଅଞ୍ଚଳ ର ବିକ୍ରମ ରାଉତ ଶନିବାର ଦିନ ଅନୁଷ୍ଠିତ ଆଇସିଏନ ଚେନ୍ନାଇ ଚାମ୍ପିୟାନସିପ ଜାତୀୟ ସ୍ତରରେ ପ୍ରତି ଯୋଗିତା ରେ ଅଂଶଗ୍ରହଣ କରି ବଡ଼ି ବିଲଡିଂ ଏବଂ ଫିଜିକ୍ସରେ ସ୍ବର୍ଣ୍ଣ ପଦକ ଏବଂ ମେନ୍ସ କ୍ଲାସିକ ରେ ରୌପ୍ୟ ପଦକ ଜିଣି ସର୍ବ ଭାରତୀୟ ସ୍ତରରେ ଚାମ୍ପିୟାନ ହୋଇ ବାରିପଦା ସହିତ ସମଗ୍ର ମୟୁରଭଞ୍ଜକୁ ଗୌରବାନ୍ୱିତ କରାଇପାରିଛନ୍ତି l

ଏହି ଅବସରରେ ଭଞ୍ଜସେନା ଯୁବଶାଖା ତାରଫ ରୁ ଯୁବ ସଭାପତି ସୌମ୍ୟରଞ୍ଜନ ମିଶ୍ର ଙ୍କ ନେତୃତ୍ୱ ରେ ବହୁ ଯୁବକ ଯାଇ ତାଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ |