କଟକ: ଦୁର୍ଗା ପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁର୍ଗା ପୂଜାକୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ, ସେ ବିଷୟରେ ପୂଜା କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ଆଲୋଚନା କରାଯାଇଛି। ତେବେ ଚଳିତବର୍ଷର ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବିଧି ମୁତାବକ, ମହାନଦୀ ଘାଟରୁ ପଟୁଆର ମଧ୍ୟରେ ପାଲିଙ୍କିରେ ମାଟି ଅଣାଯାଏ। ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ଆସିଥିବା ମାଟିକୁ ବିଭିନ୍ନ ଦେବୀ ପୀଠ ପରିକ୍ରମା କରାଯାଏ। ପରେ ଆସିଥିବା ମାଟିକୁ ପୂଜା ମଣ୍ଡପରେ ବିଧି ମତେ ପୂଜାର୍ଚ୍ଚନା ସହ ସ୍ଥାପନା କରାଯାଏ। ଏହାପରଠାରୁ ଆରମ୍ଭ ହୋଇଥାଏ ପୂଜା ମେଢ଼, ମଣ୍ଡପ ସାଜସଜ୍ଜା ସହ ମୂର୍ତ୍ତି ଗଢା।