Onn 3

ପି.ପି କଲେଜରେ ରାଷ୍ଟ୍ରୀୟ ସମ୍ପଦ୍ରାୟିକ ସଦଭାବନା ଦିବସ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପୁରୁଷ ଓ ମହିଳା ଉଭୟ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ସମ୍ପଦ୍ରାୟିକ ସଦଭାବନା ସପ୍ତାହ ପାଳିତ ହୋଇଛି । ଜାତୀୟ ସେବା ଯୋଜନା କାର୍ଯ୍ୟକାରୀ ଅଧିକାରୀ ଅଧ୍ୟାପକ ଶିଶିର କୁମାର ସାହୁଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ନିରଞ୍ଜନ ଶତପଥୀ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରି ରାଷ୍ଟ୍ରୀୟ ସାମ୍ପ୍ରଦାୟିକ ସଦଭାବ ସପ୍ତାହ ପାଳନର ଆବଶ୍ୟକତା ଏକ ମହତ୍ତ୍ୱ ସଂକ୍ରାନ୍ତରେ ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।

ଏଥିରେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଡ଼ଃ.ତରୁଲତା ଦେବୀ, ଅଧ୍ୟାପକ ପ୍ରଶାନ୍ତ ଭାରତୀ, ଅଧ୍ୟାପକ ଡ଼ଃ.ଅଲେଖଚନ୍ଦ୍ର ସାମଲ, ଅଧ୍ୟାପକ ଦୀପକ ଦ୍ୱିବେଦୀ, ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସମ୍ପ୍ରତି ଯୁବ ପିଢି ରାଷ୍ଟ୍ରୀୟ ସମ୍ପଦ୍ରାୟିକ ସଦଭାବ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସ୍ୱଇଚ୍ଛାରେ ଯଥା ସମ୍ଭବ ଅର୍ଥ ଏକ ଦାନ ବାକ୍ସରେ ପକାଇଥିଲେ । ଉକ୍ତ ଅର୍ଥରାଶିକୁ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଶେଷରେ ଜାତୀୟ ସେବା ଯୋଜନା ମହିଳା ବିଭାଗର ସଂଯୋଜିକା ଅଧ୍ୟାପକ ପୁଷ୍ପଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।