Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳା ଉପଲକ୍ଷେ କୁଇଜ ଓ ବକ୍ତୃତା ପ୍ରତିଯୋଗିତା

State

ବାରିପଦା : ସ୍ଥାନୀୟ ଭଂଜପୁର ସ୍ଥିତ କୁମାର୍ସ କ୍ଲବ ପରିସରରେ ଜଗଦ୍ଧାତ୍ରୀ ପୂଜା ଓ ମେଳା ଅବସରରେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I କୁଇଜ ପ୍ରତିଯୋଗିତାରେ ୪ର୍ଥ ରୁ ୭ମ ଶ୍ରେଣୀର ୧୭୦ ଜଣ ଓ ୮ମ ରୁ ୧୦ମ ଶ୍ରେଣୀର ୭୦ ଜଣ ଏବଂ ବକ୍ତୃତା ପ୍ରତିଯୋଗିତାରେ ୮ମ ରୁ ୧୦ମ ଶ୍ରେଣୀର ୧୬ ଜଣ ଓ ମହାବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ I ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ପ୍ରତିଯୋଗୀ ଅତି ଆଗ୍ରହର ସହ ଅଂଶ ଗ୍ରହଣ କରିଛନ୍ତି ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଜଣାଇଛନ୍ତି I

ଆଲୋକ ବାରିକ, ସନୁ ରଣା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପଣ୍ଡା ଓ କଣ୍ଟାପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର ବିଚାରକ ଭାବେ ଯୋଗ ଦେଇଥିଲେ I ଆସନ୍ତା କାଲି ୨୪ ତାରିଖ ଦିନ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଅନ୍ୟତମ ସାଂସ୍କୃତିକ ସମ୍ପାଦକ ପ୍ରୀତମ ପଣ୍ଡା ଜଣାଇଛନ୍ତି I