Onn 3

ନିଶା କାରବାର ଅଭିଯୋଗ, ୨ ବେପାରୀଙ୍କୁ କୋର୍ଟ ଚାଲାଣ

Crime State

 

syrup

ପୁରୀ :  ନିଶା କାରବାର ଅଭିଯୋଗରେ ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ବେପାରୀ ବାଘଆଖଡ଼ା ମଠ ଲେନର ସଞ୍ଜୟ କୁମାର ସାହୁ ଓ ମୋହନ ଭୋଇ। ସେମାନଙ୍କ ଠାରୁ ୪୬ଟି କଫ ସିରଫ ବୋତଲ ,ଗୋଟିଏ ସ୍କୁଟି ଓ ଅନ୍ୟାନ୍ୟ ନିଶା ବଟିକା ଜବତ ହୋଇଛି। ଉଭୟ ଆଲାମଚଣ୍ଡୀ ମନ୍ଦିର ନିକଟରେ ନିଶା କାରବାର କରୁଥିବା ଖବର ପାଇ ପୋଲିସ ଚଢାଉ କରିଥିଲା।