Onn 3

୨୦୨୪ରେ ରେକର୍ଡ ବିଜୟ ପାଇଁ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି: ମନମୋହନ ସାମଲ

Politics State

 

manmohan-samal-744x430

ଭୁବନେଶ୍ବର: ଓଡ଼ିଶାରେ ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ ଉପରେ ଫୋକସ୍ କରିବାକୁ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ବୈଠକ କରିଥିଲେ। ୨୦୧୯ ଅପେକ୍ଷା ୨୦୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନ ରଣନୀତି ହେବ ସେ ନେଇ ଆଲୋଚନା ହୋଇଛି । ୫୧ପ୍ରତିଶତ ଭୋଟ୍ ପାଇବା ଲକ୍ଷ୍ୟ ରଖାଯାଇଛି। ଏହାସହ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯିବ।

ଖୁବ୍ ଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟକୁ ଆସିବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।