Wer

ଜାତୀୟ ରଗବୀ ପ୍ରତିଯୋଗିତାରେ ରେଫେରୀ ହେବେ ଚନ୍ଦନ

State

ବାରିପଦା: ଚଳିତ ମାସ ୧୩ ଓ ୧୪ ତାରିଖ ଗୁଜୁରାଟର ଗାନ୍ଧୀ ନଗର ଠାରେ ଅନୁଷ୍ଠିତ ହେବାକୁ ଥିବା ୧୪ ବର୍ଷରୁ କମ୍ ସର୍ବଭାରତୀୟ ରଗବୀ ପ୍ରତିଯୋଗିତା ପାଇଁ ମ୍ୟାଚ୍ ଅଫିସିଆଲ୍ ତଥା ରେଫରୀ ଭାବେ ମୟୁରଭଞ୍ଜ ଜିଲ୍ଲାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ରଗବୀ ପ୍ରଶିକ୍ଷକ ଚନ୍ଦନ ସିଂ ମନୋନୀତ ହୋଇଛନ୍ତି। ଗୋପବନ୍ଧୁ ନଗର ବ୍ଳକ୍ ଅନ୍ତର୍ଗତ ଆରପଟା ପଞ୍ଚାୟତର ପର୍ଚିପୁର ଗ୍ରାମର ପିତା ନୀଳାମ୍ବର ସିଂ ଓ ମାତା ରଇବାରୀ ସିଂଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଚନ୍ଦନ। ସେ ଜଣେ ଗରିବ ଚାଷୀ ପରିବାରରୁ ହୋଇଥିବା ବେଳେ +୨ ପଢ଼ୁଥିବା ବେଳେ ୨୦୧୪ ମସିହା ଠାରୁ ରୂପାଲି ସୋରେନଙ୍କ ତତ୍ୱାବଧାନରେ ରଗବୀ ଖେଳିବା ଆରମ୍ଭ କରିଥିଲେ I ସେ ୪ ଥର ଓଡିଶା ଦଳକୁ ପ୍ରତିଧ୍ଵନିତ କରିଛନ୍ତି ।

ତାଙ୍କ ପ୍ରଶିକ୍ଷଣ ପାଇ ବହୁ ଖେଳାଳୀ ରାଜ୍ୟ ଓ ଜାତୀୟ ସ୍ତରରେ ମଧ୍ୟ ଅଂଶଗ୍ରହଣ କରି ପାରିଛନ୍ତି। ଏହି ଖବର ପାଇ ଏକାଡେମୀର ନିର୍ଦ୍ଦେଶକ ଅମର ସେଠୀ, ଉପଦେଷ୍ଟା ସୋମନାଥ ସିଂ, ମଙ୍ଗଲ ହାଁସଦା, ଓଡିଶା ରଗବୀ ସଂଘର ସମ୍ପାଦକ ଉପେନ୍ଦ୍ର ମହାନ୍ତି, କୋଚ୍ ମାନସ କୁମାର ଜେନା, ଧିରେନ କୁମାର ରାଉତ ଓ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ତଥା ସମସ୍ତ କର୍ମକର୍ତ୍ତା ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି I